ବାୟୁପ୍ରଦୂଷଣରେ ଦିଲ୍ଲୀକୁ ଟପିଯାଇଛି ଅନୁଗୁଳ । ଓଡ଼ିଶାର ୫ଟି ସହରର ଏୟାର କ୍ୱାଲିଟି ଇଣ୍ଡେକ୍ସ ବା AQI ୩ ଶହ ପାର କରିଛି । ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା AQI ୩୪୩ ଥିବା ବେଳେ ଅନୁଗୁଳରେ ରହିଛି ୩୫୭ । ସେହିପରି ଭୁବନେଶ୍ୱର ଓ କଟକ ମଧ୍ୟ ଏଥିରୁ ବାଦ ପଡିନି । ଭୁବନେଶ୍ୱରରେ ୩୩୪ ଏବଂ କଟକରେ AQI ସ୍ତର ୩୩୮ ରହିଛି । ବାଲେଶ୍ୱରରେ ୩୩୮ ଏବଂ ବାରିପଦାରେ ରହିଛି ୩୨୧ ।ଗତକାଲିର କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁଯାୟୀ, ଅତି ସାଙ୍ଘାତିକ ସ୍ଥିତିରେ ଦେଶର ଅନେକ ସହର ରହିଛି । AQI କ୍ୟାଟାଗୋରୀ ଅନୁଯାୟୀ, ବାୟୁ ପ୍ରଦୂଷଣ ମାତ୍ରା ୩୦୦ରୁ ଅଧିକ ରହିଲେ ସାଂଘାତିକ ବୋଲି ଧରାଯାଏ ।