ଭୋଗି ଭାତ, ଚାନ୍ଦା, ବୁଥ୍ ଖର୍ଚ୍ଚ, ପ୍ରଚାର ଅଭିଯାନ, ଟେଣ୍ଟ ହାଉସ, ଗଣମାଧ୍ୟମରେ ପ୍ରଚାର ଆଦି ପାଇଁ ଖର୍ଚ୍ଚ କରିବେ ରାଜନୈତିକ ଦଳ ଓ ଦଳୀୟ ପ୍ରାର୍ଥୀ । ଏକ ସମୀକ୍ଷାରୁ ଜଣାଯାଇଛି ଯେ ଓ଼ଡିଶା ଭୋଟବଜାରରେ ୨ହଜାର କୋଟିରୁ ଅଧିକ ଟଙ୍କା ଉଡିବ । ପ୍ରବୁଖ ୨ ଦଳ ବିଜେଡି ଓ ବିଜେପି ପ୍ରଚାର ଖର୍ଚ୍ଚରେ ଆଗରେ ରହିବେ । ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ କମିଶନ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ପାଇଁ ପ୍ରର୍ଥୀଙ୍କ ଖର୍ଚ୍ଚର ସୀମାରେ ଯେଉଁ ଲକ୍ଷ୍ମଣ ରେଖା ଟାଣିଛନ୍ତି ସେହି ଅନୁସାରେ ଜଣେ ସାଂସଦ ପ୍ରାର୍ଥୀ ଅତି ଅଧିକରେ ୯୫ଲକ୍ଷ ଏବଂ ବିଧାୟକ ପ୍ରାର୍ଥୀ ୪୦ ଲକ୍ଷ ଟଙ୍କା ଖଚ୍ଚ୍ର୍ ରିପାରିବେ । କିନ୍ତୁ ବର୍ତ୍ତମାନର ପଲିଟିକାଲ ସିନାରିଓ ଉପରେ ଆଖି ପକାଇଲେ ପ୍ରାାର୍ଥୀମାନେ ଏହାଠାରୁ ୫ରୁ ୧୦ ଗୁଣା ଅଧିକ ଖର୍ଚ୍ଚ କରିବେ ବୋଲି ସମୀକ୍ଷାରୁ ଜଣାପଡିଛି । ଏକ ସୂତ୍ରରୁ ଗଣାଯାଇଛି ଯେ ବିଜେପି ୭୫୦, କଂଗ୍ରେସ ୧୫୦ କୋଟି, ବିଜେଡିର ବଜେଟ ୧ହଜାର କୋଟି ଟଙ୍କାରୁ ଖର୍ଚ୍ଚ କରିବାର ଯ୍ଧେକ୍ସନା ରହିଛି । କିନ୍ତୁ ଏହି ତିନିଦଳ ପାଇଁ ନିର୍ବାଚନ କମିଶନଙ୍କ ସିଲିଂ ୨୩୬ କୋଟି । କିନ୍ତୁ ଅଦୃଶ୍ୟ ଓ ଗଳା ବାଟରେ ଏହି୩ଦଳର ଖର୍ଚ୍ଚ ଏହାଠୁ ୧୦ ଗୁଣା ବଢିବ ବୋଲି ଅନୁମାନ କରାଯାଇଛି ।