କଟକ: ଆସନ୍ତା ଫେବ୍ରୁଆରୀ ୨୧ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ରେ ଶେଷ ହେବ । ଏ ନେଇ ଆଜି ତାରିଖ ଘୋଷଣା କରିଛି ବୋର୍ଡ । ଏଥିରେ ୨ଟି ସିଟିଂ ରହିଛି। ପରୀକ୍ଷା ପ୍ରତ୍ୟେକ ଦିନ ୯ଟାରୁ ଆରମ୍ଭ ହୋଇ ସାଢେ ୧୧ଟାରେ ଶେଷ ହେବ। କେବଳ ଗଣିତ ପରୀକ୍ଷା ପାଇଁ ଅତିରିକ୍ତ ୧୫ ମିନିଟ୍ ସମୟ ଦିଆଯିବ।
ସୂଚନା ଅନୁସାରେ ଫେବୃଆରୀ ୨୧ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ। ୨୪ ତାରିଖରେ ଦ୍ୱିତୀୟ ଭାଷା ଇଂରାଜୀ ପରୀକ୍ଷା ହେବ। ୨୭ରେ ଗଣିତ ଓ ମାର୍ଚ୍ଚ ୧ରେ ବିଜ୍ଞାନ ପରୀକ୍ଷା ହେବ। ମାର୍ଚ୍ଚ ୩ରେ ସାମାଜିକ ବିଜ୍ଞାନ ଓ ୬ରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯିବ। ସେଦିନ ପରୀକ୍ଷା ୧୧ଟା ୪୫ରେ ସରିବ ।