ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଭାରତ ଲେଖିବ ଚନ୍ଦ୍ର କାହାଣୀ । ମହାକାଶ ବିଜ୍ଞାନ ଇତିହାସରେ ଯୋଡ଼ି ହେବ ନୂଆ ଫର୍ଦ୍ଦ । ଆଜି ଭାରତ ପାଇଁ ଚନ୍ଦ୍ରୟାନ ମୁହୂର୍ତ୍ତ । ସାରା ଦେଶକୁ ଘାରିଛି ଚନ୍ଦ୍ରୟାନ ଫିଭର୍। ଆଜି ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟଲ୍ୟାଣ୍ଡିଂ କରିବ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମ। ଏଥିପାଇଁ ସାରା ଦେଶ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛି । ଲ୍ୟାଣ୍ଡର ୩୦ କିଲୋମିଟର ଉଚ୍ଚତାରୁ ଅବତରଣ କରିବ। ଏଥିପାଇଁ ବାଲୁକା କଳାରେ ଇସ୍ରୋକୁ ଶୁଭକାମନା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବେଳାଭୂମିରେ ପ୍ରାୟ ୧୦ଟନ୍ ବାଲିରେ ୧୫ ଫୁଟ୍ ଲମ୍ବ ଓ ୧୦ ଫୁଟ ଉଚ୍ଚତାର ଆକର୍ଷଣୀୟ ବାଲୁକାକୃତି ସେ ନିର୍ମାଣ କରିଛନ୍ତି । ଏଥିରେ ଚନ୍ଦ୍ରାଯାନ-୩ କକ୍ଷ ପଥ ଅତିକ୍ରମ କରି କିଭଳି ଚନ୍ଦ୍ରରେ ଅବତରଣ କରିବ ତାହା ଅତି ଚମତ୍କାର ଢ଼ଙ୍ଗରେ ପ୍ରଦର୍ଶିତ କରିଛନ୍ତି।