ଭୁବନେଶ୍ବର: ଏଥର କର୍ତ୍ତବ୍ୟ ପଥରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଭାରତର ସରକାରଙ୍କ ତରଫରୁ ପ୍ରକାଶିତ ତାଲିକାରୁ ବାଦ ପଡ଼ିଛି । ଓଡିଶା ପକ୍ଷରୁ ଦିଆଯାଇଥିବା ମଡେଲକୁ ଖାରଜ କରିଦେଇଛି କେନ୍ଦ୍ର ।କର୍ତ୍ତବ୍ୟପଥରେ ସାମିଲ ନହୋଇ ଭାରତ ପର୍ବରେ ପ୍ରଦର୍ଶିତ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଗତବର୍ଷ କର୍ତ୍ତବ୍ୟପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଗଡ଼ିବା ସହ ପ୍ରଥମ ପୁରସ୍କାର ହାସଲ କରିଥିଲା ।
ଐତିହ୍ୟଗ୍ରାମ ରଘୁରାଜପୁର ହସ୍ତକଳାକୁ ନେଇ ପ୍ରଦର୍ଶିତ ହୋଇଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଏହାସହ ପଟ୍ଟଚିତ୍ର ସହିତ ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପକୁ ପ୍ରଜ୍ଞାପନ ମେଢରେ ଦର୍ଶାଯାଇଥିଲା । ଯାହାକୁ ମିଳିଥିଲା ଖୁବ ପ୍ରଶଂସା । ବିଶେଷକରି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଓଡ଼ିଶା ପ୍ରଜ୍ଞାପନ ମେଢ଼କୁ ଖୁବ ପ୍ରଶଂସା କରିଥିଲେ । ଚଳିତ ଥର ୧୫ଟି ରାଜ୍ୟର ପ୍ରଜ୍ଞାପନ ମେଢ଼କୁ କର୍ତ୍ତବ୍ୟପଥରେ ଗଡ଼ିବା ପାଇଁ ମିଳିଛି ଅନୁମତି ।