ଲୋକସଭାରେ ବାଚସ୍ପତି ପଦ ପାଇଁ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଶାସକ ମେଣ୍ଟ ଏନ୍ଡିଏ ସମର୍ଥିତ ପ୍ରାର୍ଥୀ ଓମ୍ ବିର୍ଲାଙ୍କୁ ପୁଣି ଥରେ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି। ଇଣ୍ଡିଆ ମେଣ୍ଟ୍ର ପ୍ରତିନ୍ଦ୍ବନ୍ଦ୍ବୀ ପ୍ରାର୍ଥୀ କେ ସୁରେଶଙ୍କୁ ହରାଇଛନ୍ତି ଓମ୍ ବିର୍ଲା। ଏଥର ନିର୍ବାଚିତ ହେବା ପରେ ସେ ଦ୍ବିତୀୟ ଥର ପାଇଁ ବାଚସ୍ପତି ହୋଇଛନ୍ତି। ଭୋଟ୍ ଡିଭିଜନ୍ ଦାବି ନଥିବାରୁ ତାଙ୍କୁ ସିଧାସଳଖ ନିର୍ବାଚିତ କରାଯାଇଛି।ରୋଧୀ ଦଳ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକର ପ୍ରାର୍ଥୀ ଥିବା କଂଗ୍ରେସ ନେତା କେ ସୁରେଶଙ୍କୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନିଜର ସମର୍ଥନ ଦେଇଥଲେ। ତା’ସତ୍ତ୍ବେ ବି ସେ ହାରିଯାଇଛନ୍ତି।