କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ ରାଜ୍ୟସଭା ନିର୍ବାଚନରେ ରାଜସ୍ଥାନରୁ ଦଳର ପ୍ରାର୍ଥୀ ହୋଇଛନ୍ତି। ବୁଧବାର ସେ ରାଜସ୍ଥାନରୁ ରାଜ୍ୟସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ସୂଚନା ମିଳିଛି।ନାମାଙ୍କନପତ୍ର ଦାଖଲ ସମୟରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ରହିଥିଲେ । ସେହିଭଳି କଂଗ୍ରେସର ବରିଷ୍ଠ ନେତା ମଧ୍ୟ ଏହି ନାମାଙ୍କନପତ୍ର ଦାଖଲ ବେଳେ ସାଥୀରେ ରହିଥିଲେ । ସୋନିଆ ଗାନ୍ଧୀ ସକାଳେ ରାହୁଲଙ୍କ ସହ ଜୟପୁରରେ ପହଞ୍ଚିଥିଲେ। କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ରାଜସ୍ଥାନରୁ କଂଗ୍ରେସକୁ ପ୍ରତିନିଧିତ୍ୱ କରିବେ। ୧୯୯୮ ମସିହାରୁ ୨୦୨୨ ମସିହା ମଧ୍ୟରେ ପ୍ରାୟ ୨୨ ବର୍ଷ ଧରି କଂଗ୍ରେସ ସଭାପତି ଥିବା ସୋନିଆ ଗାନ୍ଧୀ ପାଞ୍ଚ ଥର ଲୋକସଭାର ସାଂସଦ ହୋଇଛନ୍ତି। ଏହା ପ୍ରଥମ ଥର ହେବ ଯେ ସେ ରାଜ୍ୟସଭାରୁ ପ୍ରତିନିଧିତ୍ୱ କରିବେ। ସୋନିଆଙ୍କ ସ୍ବାସ୍ଥ୍ୟ ଭଲ ନ ଥିବାରୁ ସେ ରାୟବରେଲୀରୁ ନିର୍ବାଚନ ଲଢ଼ିବେ ନାହିଁ। ତେବେ ଏହି ଆସନରୁ ଏବେ କିଏ ଲଢ଼ିବେ ସେ ନେଇ ନାନା ଜଳ୍ପନା ଜଳ୍ପନା ଜାରୀ କହିଛି। ପ୍ରଶ୍ନ ହେଉଛି ବର୍ତ୍ତମାନ ତାଙ୍କ ନିର୍ବାଚନ ମଣ୍ଡଳୀ ରାଏବରେଲୀ ଆସନରେ କ’ଣ ହେବ? ସୂଚନା ଅନୁଯାୟୀ, ଝିଅ ପ୍ରିୟଙ୍କା ରାଏରେଲୀରୁ ଲୋକସଭାରେ ପ୍ରବେଶ କରିପାରନ୍ତି। ସୋନିଆଙ୍କ ସମେତ କଂଗ୍ରେସ ଆଉ ୪ ସାଂସଦଙ୍କ ନାଁ ମଧ୍ୟ ଘୋଷଣା କରିଛି । ବିହାରରୁ ଅଖିଳେଶ ପ୍ରସାଦ, ହିମାଚଳ ପ୍ରଦେଶରୁ ଅଭିଷେକ ମନୁ ସିଂଘଭି, ମହାରାଷ୍ଟରୁ ଚନ୍ଦ୍ରକାନ୍ତ ହଣ୍ଡୋରେଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।