ପୁରୀ: ରାଜ୍ୟରେ ପୁଣି ବାର୍ଡ ଫ୍ଲୁ ଆତଙ୍କ । ଚିଲିକାର କୃଷ୍ଣପ୍ରସାଦରେ ହଜାର ହଜାର କୁକୁଡ଼ା ମଡ଼କ ପରେ ଦେଖା ଦେଇଛି ଏହି ଆତଙ୍କ । ଗତ ୫ ଦିନ ଧରି କୁକୁଡ଼ା ମଡ଼କ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳାଇଛି । ଏପରିକି ଚାଷୀ ମଧ୍ୟ ଚିନ୍ତାରେ ପଡ଼ିଯାଇଛନ୍ତି । କିଛି ସ୍ଥାନରେ କାଡ଼ ମରି ପଡ଼ିଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ମୃତ କୁକୁଡାର ରକ୍ତ, ନାଳ, ମୂତ୍ର ପରୀକ୍ଷା ପାଇଁ ପଠାଯାଇଛି । ଏତେ ସଂଖ୍ୟାରେ କୁକୁଡା କାହିଁକି ମରୁଛନ୍ତି, ପରୀକ୍ଷା ପରେ ପ୍ରକୃତ କାରଣ ଜଣାପଡ଼ିବ । ତେବେ ଏଭଳି ସମୟରେ କୁକୁଡା ମାଂସ ଏବଂ ଅଣ୍ଡା ନଖାଇବାକୁ ପରାମର୍ଶ ଦିଆଯାଇଛି ।