ମୌସୁମୀ ବିଳମ୍ବରେ ପହଞ୍ଚିବା ସହିତ ପ୍ରବଳ ବର୍ଷା, ଯୋଗାଣର ଅଭାବ ଏବଂ ଅନ୍ୟାନ୍ୟ କାରଣ ହେତୁ ଟମାଟୋ ମୂଲ୍ୟ ଆକାଶଛୁଆଁ ହୋଇଛି । ଦିଲ୍ଲୀ ସମେତ ଅନେକ ରାଜ୍ୟରେ ଟମାଟୋର ମୂଲ୍ୟ ୧୫୦ କିଲୋଗ୍ରାମରେ ପହଞ୍ଚିଛି। ଯଦି ଆପଣ ଅନଲାଇନ୍ ଦେଖିବେ ଏହାର ମୂଲ୍ୟ ୨୦୦ ରୁ ୨୫୦ ଟଙ୍କା ରହିଛି। କିଛି ଲୋକ ରୋଷେଇ ଘରରୁ ଟମାଟୋକୁ ବିଦାୟ ଦେଇ ଦେଇଛନ୍ତି। ଏହି କ୍ରମରେ ଓଏନଡିସି (ଡିଜିଟାଲ୍ ନେଟୱାର୍କ ଫର ଡିଜିଟାଲ କମର୍ସ) ଏବଂ ପେଟିଏମ୍ ଗ୍ରାହକଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ଦେଇଛି।ପେଟିଏମ୍ ଇ-କମର୍ସ ପ୍ରାଇଭେଟ ଲିମିଟେଡ୍ ମଙ୍ଗଳବାର ଦିଲ୍ଲୀ-ଏନସିଆର ବ୍ୟବହାରକାରୀଙ୍କୁ ନ୍ୟାସନାଲ କୋଅପରେଟିଭ୍ କଞ୍ଜ୍ୟୁମର ଫେଡେରେସନ୍ ଅଫ୍ ଇଣ୍ଡିଆ (ଏନସିସିଏଫ୍) ମାଧ୍ୟମରେ ଟମାଟୋ ବିକ୍ରି କରିବାକୁ ଘୋଷଣା କରିଛି। ଏହି ପଦକ୍ଷେପ ଅନୁଯାୟୀ, ଗ୍ରାହକଙ୍କୁ ପ୍ରତି ସପ୍ତାହରେ ୧୪୦ଟଙ୍କା ଭିତରେ ଦୁଇ କିଲୋଗ୍ରାମ ଟମାଟୋ କ୍ରୟ କଲେ ମାଗଣା ବିତରଣ ସୁବିଧା ଯୋଗାଇ ଦିଆଯିବ। ଏହା ବ୍ୟତୀତ, ଏନସିସିଏଫ୍ ନିର୍ଦ୍ଦେଶ ଅନୁଯାୟୀ ଟମାଟୋର ମୂଲ୍ୟ ଆହୁରି ହ୍ରାସ ପାଇପାରେ।ଏହି ପଦକ୍ଷେପ ଦ୍ୱାରା ଅନେକ ଲୋକ ଉପକୃତ ହୋଇପାରିବେ। ବିଶେଷକରି ସେହି ସହର ବାସିନ୍ଦା ଲାଭ ପାଇପାରିବେ ଯେଉଁ ସହରରେ ଟମାଟୋର ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୨୦୦ ରୁ ଅଧିକ ଟଙ୍କା ରହିଛି।ଏହି ଅଫର ବିଷୟରେ ପେଟିଏମ୍ ଇ-କମର୍ସ ପ୍ରାଇଭେଟ ଲିମିଟେଡର ମୁଖପାତ୍ର କହିଛନ୍ତି ଯେ ଟମାଟୋ ଭଳି ରୋଷେଇ ସାମଗ୍ରୀର ମୂଲ୍ୟ ବୃଦ୍ଧି ଦେଶର ଅନେକ ଲୋକଙ୍କୁ ପ୍ରଭାବିତ କରୁଛି। ଏନସିସିଏଫ ଏବଂ ଓଏନଡିସି ସହିତ ମିଶି ଦିଲ୍ଲୀ ଏନସିଆରର ଉପଭୋକ୍ତାମାନେ ବର୍ତ୍ତମାନ ଶସ୍ତା ମୂଲ୍ୟରେ ଟମାଟୋ ପାଇବାର ଏକ ସୁଯୋଗ ପାଇବେ |