ଜାତିସଂଘ ଏଜେନ୍ସିର ଏକ ସଦ୍ୟତମ ରିପୋର୍ଟ ଅନୁଯାୟୀ ଗାଜାରୁ ସୁଡାନ ଯାଏଁ ବିଶ୍ୱର କିଛି ଦେଶର ପ୍ରତି ୫ ଜଣରୁ ଜଣେ ବ୍ୟକ୍ତି ଗଭୀର ସଙ୍କଟରେ । ଖାଦ୍ୟ ସଙ୍କଟକୁ ନେଇ ସଦ୍ୟତମ ବିଶ୍ୱ ରିପୋର୍ଟ ଅନୁଯାୟୀ ୫୯ ଦେଶରେ ପ୍ରତି ୫ ଜଣରେ ଜଣେ ବ୍ୟକ୍ତି ଅର୍ଥାତ ହାରାହାରି ୨୦ ପ୍ରତିଶତ ଲୋକ ୨୦୨୩ରେ ଅତ୍ୟନ୍ତ ଗମ୍ଭୀର ଖାଦ୍ୟ ସଙ୍କଟକୁ ସାମ୍ନା କରିଛନ୍ତି । ୨୦୧୬ରେ ୪୧ ଦେଶର ପ୍ରତି ୧୦ ଜଣରେ ଜଣେ ବ୍ୟକ୍ତି ଅର୍ଥାତ ୧୦ ପ୍ରତିଶତ ଲୋକ ଖାଦ୍ୟ ସଙ୍କଟକୁ ସାମ୍ନା କରିଥିଲେ । ଗତ ବୁଧବାର ପ୍ରକାଶିତ ଗ୍ଲୋବାଲ ରିପର୍ଟୋ ଅନୁଯାୟୀ ଫୁଡ କ୍ରାଇସିସ୍ ବା ଖାଦ୍ୟ ସଙ୍କଟ ସଂପର୍କରେ ପ୍ରକାଶ ପାଇଛି । ୫୯ ଟି ଦେଶର ହାରାହାରି ୨୮.୨ କୋଟି ଲୋକ ଭୋକକୁ ସାମ୍ନା କରିଛନ୍ତି । ୨୦୨୨ରେ ୨.୪ କୋଟି ଲୋକ ଖାଦ୍ୟ ସଙ୍କଟକୁ ସାମ୍ନା କରିଥିଲେ । ୩୨ଟି ଦେଶରେ ୫ବର୍ଷରୁ କମ୍ ବୟସର ୩.୬ କୋଟିରୁ ଅଧିକ ଶିଶୁ କୁପୋଷଣର ଶିକାର ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି ।