ଦେଶରେ ପିଆଜର ବଢୁଥିବା ପିଆଜ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଏବଂ ବଜାରରେ ପିଆଜର ଉପଲବ୍ଧତା ବଜାୟ ରଖିବା ପାଇଁ ଗ୍ରାହକ ମନ୍ତ୍ରଣାଳୟ ବର୍ତ୍ତମାନ ପିଆଜର ଅଧିକ ଚାହିଦା ଥିବା ସହରଗୁଡିକ ପାଇଁ କାନ୍ଦା ଏକ୍ସପ୍ରେସ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି।ପିଆଜର ବଢୁଥିବା ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ପ୍ରଥମ ଥର ପାଇଁ ମହାରାଷ୍ଟ୍ରରୁ ଦିଲ୍ଲୀକୁ ରେଳପଥ ଦେଇ ୧୬୦୦ ଟନ୍ ପିଆଜ ପରିବହନ କରିବେ। ଏହା ଦ୍ବାରା ଦୀପାବଳି ପୂର୍ବରୁ ପିଆଜ ଦର ଶସ୍ତା ହେବାର ଆଶା ରହିଛି। ପିଆଜ ପରିବହନ ପାଇଁ ରେଳର ବ୍ୟବହାର କରିବା କାର୍ଯ୍ୟ ପ୍ରଥମ ଥର ଲାଗି ହେବାକୁ ଯାଉଛି। ଏହି ପ୍ରସଙ୍ଗରେ ଗ୍ରାହକ ମନ୍ତ୍ରଣାଳୟ କହିଛନ୍ତି ଯେ ପିଆଜ ଦର ବୃଦ୍ଧି ହେବାର କାରଣ ହେଉଛନ୍ତି ହୋର୍ଡିଂ ବ୍ୟବସାୟୀ। ଯେଉଁମାନେ ଜାଣିଶୁଣି ବଜାରକୁ ପିଆଜ ଆଣୁ ନାହାନ୍ତି। କିନ୍ତୁ ବଜାରକୁ ସରକାରୀ ପିଆଜ ଆସିବା ସହିତ ପିଆଜର ମୂଲ୍ୟ ମଧ୍ୟ ହ୍ରାସ ପାଇବ।