କଟକ: ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ତାରିଖରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ । ତା’ପୂର୍ବରୁ ଆରମ୍ଭ ହେବାକୁ ଯାଉଛି ଟିକେଟ୍ ବିକ୍ରି। ଦିନିକିଆ ମ୍ୟାଚ ପାଇଁ ଫେବୃଆରୀ ୨ ଅର୍ଥାତ ଆସନ୍ତାକାଲିଠାରୁ ଅନଲାଇନରେ ଟିକେଟ ବିକ୍ରି ହେବ । ତେବେ ଅନ୍ଲାଇନ୍ରେ କେମିତି କିଣିବେ ଟିକେଟ୍? ଆସନ୍ତାକାଲି ଅପରାହ୍ନ ୪ଟାରୁ ଅନଲାଇନରେ ମିଳିଵ ଟିକେଟ । District.in ଓ୍ବେଵସାଇଟରେ ଵୁକ କରିହେବ ଟିକେଟ । ସେହିପରି Insider.inରେ ମଧ୍ୟ ଵୁକ କରିହେବ ଟିକେଟ । Insider.inରେ କ୍ଲିକ୍ କଲେ District App କୁ ରିଡାଇରେକ୍ଟ ହେବ । District App ରେ ‘ବୁକ୍ ଟିକେଟ ‘ ବଟନରେ କ୍ଲିକ କଲେ ଵୁକ୍ ହେଵ ଟିକେଟ । ଅନଲାଇନରେ ୪ହଜାର ଟିକେଟ ବିକ୍ରି ହେବ ।
ତେବେ ମୋବାଇଲ ଆପ୍ଲିକେସନ district by zomato କିମ୍ବା ଗୁଗଲ୍ ବ୍ରାଉଜରରେ zomato.in ଲଗ୍ ଇନ୍ କରିବା ନିମନ୍ତେ ମୋବାଇଲ ନମ୍ବର କିମ୍ବା ମେଲ୍ ଆଇଡିର ଆବଶ୍ୟକତା ରହିବ। ଓଟିପି ବ୍ୟବହାର କରି ପଞ୍ଜୀକରଣ କରିବାକୁ ପଡ଼ିବ। ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକଟ୍ ବୁକିଂ କରି ପାରିବ। ଲଗ୍ ଆଉଟ୍ କରି ପୁର୍ନବାର ଲଗ୍ ଇନ୍ କଲେ ମଧ୍ୟ ଆଉ ଟିକଟ୍ ବୁକିଂ ସମ୍ଭବପର ହେବନାହିଁ। ତେବେ ଟିକଟ ବୁକିଂ ନିମନ୍ତେ ପରିଚୟପତ୍ରର ଆବଶ୍ୟକତା ପଡ଼ିବନାହିଁ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।
ଅନଲାଇନ୍ରେ ଟିକଟ୍ କ୍ରୟ କରିଥିବା କ୍ରୀଡ଼ାପ୍ରେମୀ ୭, ୮ ଓ ୯ ତାରିଖ ତିନି ଦିନ ଭିତରେ ଏହା ସଂଗ୍ରହ କରିବେ। କଟକର କେମ୍ବ୍ରିଜ ସ୍କୁଲ ଏବଂ ଭୁବନେଶ୍ୱରର କିଟ୍ ଆଥଲେଟିକ ଷ୍ଟାଡିୟମରେ ଏଥି ପାଇଁ ସ୍ୱତନ୍ତ୍ର ଭାବେ କାଉଣ୍ଟର ଖୋଲାଯିବ। ୭ ଓ ୮ ତାରିଖରେ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବା ବେଳେ ୯ ତାରିଖ ତଥା ମ୍ୟାଚ୍ ଦିନ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲାଯିବ।