ବହୁ ଚର୍ଚ୍ଚିତ ରାଫେଲ୍ ଯୁଦ୍ଧବିମାନ ୧୮ ତାରିଖରେ ପ୍ରଥମଥର ପାଇଁ ବଡ଼ ଧରଣର ସମରାଭ୍ୟାସରେ ନିଜର ଶକ୍ତିପ୍ରଦର୍ଶନ କରିଛି। ପୋଖରାନ ଠାରେ ଚାଲିଥିବା ‘ବାୟୁଶକ୍ତି-୨୦୨୪’ ସମରାଭ୍ୟାସରେ ଭାରତୀୟ ବାୟୁସେନାର ଅନ୍ୟ ଯୁଦ୍ଧବିମାନ ରାଫେଲ ନିଜର କ୍ଷମତାକୁ ଦେଖାଇଛି। ୫ ବର୍ଷ ପରେ ପୋଖରାନ୍ରେ ଏହି ବାୟୁସେନା ଅଭ୍ୟାସ ଅନୁଷ୍ଠିତ ହୋଇଛି। ଏହି ଉଦ୍ଘାଟନୀ ପ୍ରଦର୍ଶନରେ ତିନିଟି ଚେତକ ହେଲିକପ୍ଟର ଜାତୀୟ ପତାକା ନେଇ ଆକାଶମାର୍ଗରେ ଉଡ଼ିଥିଲା। ଏହାପରେ ରାଫେଲ ବିମାନ ଚକିତକାରୀ ଉଡ଼ାଣ କ୍ଷମତା ପ୍ରଦର୍ଶନ କରିଥିଲା। ଏହା ସହିତ ଦୁଇଟି ଜାଗୁଆର ଯୁଦ୍ଧବିମାନ ଦ୍ରୁତଗତିରେ ଉଡ଼ି ଆକାଶରେ ଯୁଦ୍ଧର ଭ୍ରମ ସୃଷ୍ଟି କରିଥିଲା। ଏହି ଯୁଦ୍ଧାଭ୍ୟାସରେ ରାଫେଲ୍, ସୁଖୋଇ-୩୦ ଏମ୍କେଆଇ, ମିଗ୍-୨୯, ମିରେଜ୍-୨୦୦୦, ତେଜସ୍, ହକ୍, ଚିନୁକ୍, ଆପାଚି ହ୍ୟାଲିକପ୍ଟର, ଏଲ୍ସିଏଚ୍ ପ୍ରଚଣ୍ଡ ଆଦି ୧୨୦ଟି ଯୁଦ୍ଧବିମାନ ସାମିଲ ହୋଇଛି।