ଭିକାରୀମାନେ ସାଧାରଣଃ ଗରିବ ଏବଂ ପାଖରେ ତାଙ୍କର ସେତେ ଟଙ୍କା ନ ଥାଏ। କିନ୍ତୁ ଏହି ଭିକାରୀଙ୍କ ପାଖରେ ଏତେ ପରିମାଣର ଟଙ୍କା ଏବଂ ପାସପୋର୍ଟ ଥିବାରୁ ପ୍ରମାଣିତ ହେଉଛି ଯେ ସେ ଜଣେ ସାଧାରଣ ଭିକାରୀ ନୁହଁନ୍ତି। ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାରେ ଜଣେ ଚେତାଶୂନ୍ୟ ଭିକାରୀଙ୍କ ପକେଟରୁ ୫ ଲକ୍ଷ ଟଙ୍କା ମିଳିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଭିକାରୀଙ୍କଠାରୁ ଏକ ପାସପୋର୍ଟ ମଧ୍ୟ ପୁଲିସ୍ ପାଇଛି। ଯେଉଁଥିରେ ସେ ସାଉଦି ଆରବକୁ ଅନେକ ଥର ଯାଇଥିବାର ରେକର୍ଡ କରାଯାଇଛି।ଏହି ଘଟଣା ପାକିସ୍ତାନର ଏକ ସହରରେ ଘଟିଛି। ଯେତେବେଳେ ଲୋକମାନେ ଏହି ଭିକାରୀଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ଦେଖିଲେ, ସେମାନେ ପୁଲିସ୍କୁ ସୂଚନା ଦେଇଥିଲେ। ପୁଲିସ୍ ଭିକାରୀଙ୍କୁ ଡାକ୍ତରଖାନା ନେଇ ତଦନ୍ତ ଆରମ୍ଭ କରିଥିଲା। ଯାଞ୍ଚ୍ ବେଳେ ପୋଲିସ ଭିକାରୀଙ୍କ ପକେଟରୁ ୫ଲକ୍ଷ ଟଙ୍କା ଏବଂ ପାସପୋର୍ଟ ମିଳିଥିଲା। ପାସପୋର୍ଟରେ ଦେଖାଯାଇଥିଲା ଯେ ଏହି ଭିକାରୀ ଅନେକ ଥର ସାଉଦି ଆରବ ଯାଇଥିଲେ।