ସୋମବାର ପଶ୍ଚିମବଙ୍ଗର ୨୨ଟି ଜିଲା ମଧ୍ୟରୁ ୧୯ଟିର ମୋଟ ୬୯୭ଟି ବୁଥରେ ପଞ୍ଚାୟତ ନିର୍ବାଚନ ପାଇଁ ସାନି ମତଦାନ ଆରମ୍ଭ ହୋଇଛି ।୬୯୬ ବୁଥ୍ରେ ସାନି ମତଦାନ ହେବ । ପଞ୍ଚାୟତ ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା ଓ ବୁଥ କବ୍ଜା ପରେ ଏହି ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ସଂଧ୍ୟା ୫ଟା ଭିତରେ ଲୋକେ ମତଦାନ କେନ୍ଦ୍ରକୁ ଆସି ପୁନଃ ମତଦାନ କରିବେ ।
ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ହିଂସା ଆଶଙ୍କା ଥିବାରୁ ମତଦାନ କେନ୍ଦ୍ରରେ କେନ୍ଦ୍ରୀୟ ବାହିନୀ ମୁତୟନ କରାଯାଇଛି । ସେପଟେ ପଶ୍ଚିମବଙ୍ଗରେ ନିର୍ବାଚନ ସରିଥିଲେ ବି ଥମୁନି ହିଂସା । ହିଂସାରେ ଏପର୍ଯ୍ୟନ୍ତ ଗଲାଣି ୧୯ ଜଣଙ୍କ ଜୀବନ । ଶନିବାର ମତଦାନ ହୋଇଥିବା ବେଳେ, ବିଭିନ୍ନ ସ୍ଥାନରେ ହିଂସା ଓ ବୋମାମାଡ଼ ହୋଇଥିଲା । ଯେଉଁଥିରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଗଣ୍ଡଗୋଳ ହୋଇଛି । ବୁଥରେ ଭଙ୍ଗାରୁଜା କରିବା ସହ ବୋମାମାଡ଼ କରିଥିଲେ ଦୁର୍ବୃତ୍ତ ।