ଆସନ୍ତା ବର୍ଷ ହେବାକୁ ଥିବା ବୋର୍ଡ଼ ପରୀକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ର ୭ମ ସଂସ୍କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ଅନେକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥାନ୍ତି । ଏଥିପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଅଫିସିଆଲ ୱେବସାଇଟ୍ innovatindia.mygov.in ରେ ରେଜିଷ୍ଟ୍ରେସନ କରିପାରିବେ । ରେଜିଷ୍ଟ୍ରେସନ କରିବାର ଶେଷ ତାରିଖ ହେଉଛି ୨୦୨୪ ଜାନୁଆରୀ ୧୨ ।
ଆସନ୍ତୁ ଜାଣିବା ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପାଇଁ କିପରି କରିପାରିବେ ଆବେଦନ:
୧.‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପାଇଁ ପ୍ରଥମେ ଅଫିସିଆଲ ୱେବସାଇଟ୍ innovatindia.mygov.in ରେ ପ୍ରଥମେ ରେଜିଷ୍ଟ୍ରେସନ କରନ୍ତୁ ।
୨. ୱେବସାଇଟର ହୋମ୍ ପେଜରେ ‘ପରୀକ୍ଷା ପେ ଚର୍ଚ୍ଚା’ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
୩. ନିଜ ବର୍ଗ(category) ଆଧାରରେ MyGov ଆକାଉଣ୍ଟରେ କ୍ଲିକ୍ କରନ୍ତୁ ।
୪. ସମ୍ପୂର୍ଣ୍ଣ ବିବରଣୀ ସହ ଫର୍ମ ଫିଲ୍ ଅପ୍ କରନ୍ତୁ ।
୫. ଫ୍ୟୁଚର ରେଫରେନ୍ସ ପାଇଁ ଫର୍ମର ଏକ ପ୍ରିଣ୍ଟଆଉଟ୍ କରି ରଖନ୍ତୁ ।