ରାଜଧାନୀରେ ପୁଣି ପଥ ଉତ୍ସବ ଆୟୋଜିତ ହୋଇଛି। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରୁ ରାମ ମନ୍ଦିର ପର୍ଯ୍ୟନ୍ତ ଚାଲିଛି ପଥ ଉତ୍ସବ। ଦିନ ୯ଟା ୩୦ ପର୍ଯ୍ୟନ୍ତ ପଥ ଉତ୍ସବ ଚାଲିଥିଲା। ଆଜିର କାର୍ଯ୍ୟକ୍ରମରେ ବଲିଉଡ୍ ଗାୟିକା ନିକିତା ଗାନ୍ଧୀ, ରାପର ବିଗ୍ଡିଲଙ୍କ ସହ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ନିଜର କମାଲ ଦେଖାଇଛନ୍ତି।ଏହି ପଥ ଉତ୍ସବରେ ଖେଳକୁଦ ସାଙ୍ଗକୁ ଶୀତୁଆ ସକାଳରୁ ମଜା ନେଇଛନ୍ତି ରାଜଧାନୀବାସୀ। ବିଏମସି ପକ୍ଷରୁ ଏଥର ତିନିଟି ଷ୍ଟେଜ ତିଆରି କରାଯାଇଥିଲା। ଗୋଟିଏ ରାମ ମନ୍ଦିର ଓ ଗୋଟିଏ ମାଷ୍ଟରକ୍ୟାଣ୍ଟିନ୍ ଷ୍ଟେଜ ତିଆରି କରାଯାଇଥିଲା। ଆଉ ଏକ ଷ୍ଟେଜରେ ଭୁବନେଶ୍ୱର ଟାଲେଣ୍ଟ ସୋ’ କରାଯାଇଛି।