ତିରୁପତି ପ୍ରସାଦ ବିବାଦକୁ ନେଇ ୧୧ଦିନ ଧରି ଉପବାସରେ ରହିବେ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ। ଆନ୍ଧ୍ରପ୍ରଦେଶରେ ତିରୁପତି ବାଲାଜୀ ମନ୍ଦିରର ପ୍ରସାଦ ଲଡୁରେ ପଶୁ ଚର୍ବି ବ୍ୟବହାର କରାଯାଉଥିବା ଖବର ପରଠାରୁ ଚାଲିଆସୁଥିବା ରାଜନୈତିକ ଉତ୍ତେଜନା ବନ୍ଦ ହେବାର କୌଣସି ଚିହ୍ନବର୍ଣ୍ଣ ଦେଖାଯାଉନାହିଁ। ବର୍ତ୍ତମାନ ଏହି ପ୍ରସଙ୍ଗରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ଅଭିନେତା ପଓ୍ବନ କଲ୍ୟାଣ ପ୍ରାୟଶ୍ଚିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ରବିବାରଠାରୁ ଏକ ୧୧ ଦିନିଆ ଉପବାସ ଆରମ୍ଭ କରିବେ। ପଓ୍ବନ କଲ୍ୟାଣ ଲେଖିଛନ୍ତି, ହେ ପ୍ରଭୁ ବାଲାଜୀ! ପ୍ରଭୁ ମୋତେ କ୍ଷମା କର। ତିରୁମାଲା ଲଡୁ ପ୍ରସାଦ ଯାହା ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ ତାହା ପୂର୍ବ ଶାସକଙ୍କ ଅସାମ୍ବିଧାନିକ ପ୍ରବୃତ୍ତି ଯୋଗୁ ଅଶୁଦ୍ଧ ହୋଇଯାଇଥିଲା। କେବଳ ନିଷ୍ଠୁର ମନ ଥିବା ବ୍ୟକ୍ତିମାନେ ଏପରି ପାପ କରନ୍ତି। ଆରମ୍ଭରେ ଏହି ପାପକୁ ଚିହ୍ନିବା ହିନ୍ଦୁ ଜାତିର କଳଙ୍କ ପରି ନୁହେଁ। ମୁଁ ଜାଣିବା ମାତ୍ରେ ଲଡୁ ପ୍ରସାଦରେ ପଶୁମାନଙ୍କର ଅବଶିଷ୍ଟ ଅଂଶ ଅଛି, ମୁଁ ବିବ୍ରତ ହୋଇଗଲି। ମୁଁ ନିଜକୁ ଦୋଷୀ ମନେ କରୁଛି। ମୁଁ ଜନ କଲ୍ୟାଣ ପାଇଁ ସଂଗ୍ରାମ କରୁଛି। ଦୁଃଖର ବିଷୟ ହେଉଛି ଯେ, ଏଭଳି ସମସ୍ୟା ଆରମ୍ଭରେ ମୋ’ ନଜରକୁ ଆସି ନ ଥିଲା।