ପେଟିଏମ ଏକ ଜଣାଶୁଣା ଅନଲାଇନ୍ ପେମେଣ୍ଟ୍ ଆପ୍ପେ। କିନ୍ତୁ ଅନେକ ସମୟରେ ଏହାକୁ ନେଇ ଭିନ୍ନ ଭିନ୍ନ ଖବର ଶୁଣିବାକୁ ମିଳେ। ବର୍ତମାନ ପେଟିଏମ୍ ଏହାର ଗ୍ରାହକମାନଙ୍କୁ ଏକ ବଡ଼ ଉପହାର ଦେଇଛି । ୟୁପିଆଇ ପେମେଣ୍ଟ ପାଇଁ ଗ୍ରାହକଙ୍କୁ ନୂତନ ବ୍ୟାଙ୍କକୁ ସ୍ଥାନାନ୍ତର କରିବାକୁ ଏନପିସିଆଇ ପେଟିଏମର ପ୍ୟାରେଣ୍ଟ୍ କମ୍ପାନୀ ୱାନ୍-୯୭କମ୍ୟୁନିକେସନ୍କୁ ଅନୁମତି ଦେଇଛି ।ମାର୍ଚ୍ଚ ପୂର୍ବରୁ,ଏନପିସିଆଇ ଓସିଏଲକୁ ମଲ୍ଟି ବ୍ୟାଙ୍କ ମଡେଲ ଅଧୀନରେ ଟିପିଏପି ଭାବରେ କାମ କରିବାକୁ ଅନୁମତି ଦେଇଥିଲା । ଏହି ଅନୁମୋଦନ ସହିତ, ପେଟିଏମ୍ ବର୍ତ୍ତମାନ ଅଂଶୀଦାର ବ୍ୟାଙ୍କଗୁଡିକର ସହଯୋଗରେ ୟୁପିଆଇ ସେବା ଯୋଗାଇବା ଆରମ୍ଭ କରିବ ।ପେଟିଏମ୍ ୟୁପିଆଇ ହ୍ୟାଣ୍ଡେଲ ସହିତ ଉପଭୋକ୍ତାମାନଙ୍କୁ ଏହି ବ୍ୟାଙ୍କଗୁଡିକୁ ସ୍ଥାନାନ୍ତର କରିବାର ପ୍ରକ୍ରିୟା କମ୍ପାନୀ ଆରମ୍ଭ କରିଛି। ତଥାପି, କିଛି ଉପଭୋକ୍ତା ଏହା ସହ ଜଡିତ ଆଲର୍ଟ ଗ୍ରହଣ କରିବା ଆରମ୍ଭ କରି ଦେଇଛନ୍ତି |