ରାଜ୍ୟରେ ବଢିବ ମଧୁବାବୁ ପେନସନ ଯୋଜନା । ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ରାଜ୍ୟବାସୀଙ୍କୁ ମୋହନ ସରକାର ଆଉ ଏକ ଉପହାର ଭେଟି ଦେଇଛନ୍ତି । ଏହା ୩ ହଜାର ଟଙ୍କାକୁ ବଢିବ ବୋଲି ରାଜ୍ୟ ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଖବର ଅନୁସାରେ, ନିର୍ବାଚନ ପୂୂର୍ବରୁ ରାଜ୍ୟରେ ବିଜେପି ସରକାର ଗଠନ କଲେ ଭତ୍ତା ବଢେଇବାକୁ ପ୍ରତିଶୃତି ଦେଇଥିଲା । ଏବେ ତାହା ପୂରଣ କରିବେ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ବିଭିନ୍ନ ବର୍ଗର ବାର୍ଦ୍ଧକ୍ୟ, ଦିବ୍ୟାଙ୍ଗ ଏବଂ ବିଧବା ଭତ୍ତାକୁ ନେଇ ଆଲୋଚନା କରିଛନ୍ତି । କେଉଁ ବର୍ଗର ଲୋକମାନଙ୍କୁ କେତେ ଭତ୍ତା ବୃଦ୍ଧି କରାଯିବ ସେନେଇ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।