ଗତ କିଛିଦିନ ଧରି ଅସହ୍ୟ ଗରମ ରାଜଧାନୀବାସୀଙ୍କୁ ବହୁତ କଲବଲ କରୁଥିବା ବେଳେ ଗତକାଲି ବର୍ଷାର ଆଗମନ ଜନସାଧାରଣଙ୍କୁ ଶାନ୍ତି ପ୍ରଦାନ କରିଛନ୍ତି । ତେବେ ଏହା ମଧ୍ୟରେ ରାଜଧାନୀ ଭୁବନେଶ୍ୱର ବାସୀଙ୍କ ପାଇଁ ପୁଣି ଆସିଛି ଏକ ଖୁସି ଖବର । ପାଗରେ ପରିବର୍ତ୍ତନ ସାଙ୍ଗକୁ ତୈଳ ଦରରେ ପରିବର୍ତ୍ତନ ହୋଇଛି । ଆଜି ଭୁବନେଶ୍ୱରରେ ଉଭୟ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ଘଟିଛି ।ଆଜି ରାଜଧାନୀରେ ପେଟ୍ରୋଲ ଲିଟର ୧୦୩.୧୯ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ୯୪.୭୬ ଟଙ୍କା ରହିଛି । ଦୀର୍ଘଦିନ ଧରି ତୈଳ ଦର ଉପରେ ରୋକ ଲାଗୁ ନଥିବାରୁ ମହଙ୍ଗା ମାଡ଼ ଗ୍ରାହକଙ୍କୁ ବହୁତ କଲବଲ କରୁଥିଲା । ଲୋକଙ୍କୁ ଦୈନିକ ତେଲ ପକାଇବା ପାଇଁ ପକେଟରୁ ଅଧିକ ଅର୍ଥ ଗଣିବାକୁ ପଡ଼ୁଥିଲା । ତେଣୁ ଏବେ ନିଜ ଗାଡ଼ିରେ ତେଲ ପକାଇବା ପୂର୍ବରୁ ଲୋକମାନେ ଆଜିର ତେଲ ରେଟ୍ ଜାଣିବା ନିହାତି ଜରୁରୀ ।