ଗଜପତି, ୧୧।୧୨(ଗିରିଧାରୀ ପରିଛା):ଗଜପତି ଜିଲା ମୋହନା ଥାନା ଚିଟିଙ୍ଗ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ପିକଅପ୍ ଭ୍ୟାନ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ମୃତକ ଜଣେଙ୍କ ହେଉଛନ୍ତି ବାସନ୍ତି ଭୂୟାଁ। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ଚଦ୍ରଗିରି ମେଡିକାଲ ରେ ଭର୍ତ୍ତି କରାଯାଇଛି। ଏକ ପିକ୍ଅପ ଭ୍ୟାନରେ ୩୦ରୁ ଅଧିକ ଲୋକ ରାମଗିରି କେକେସିଂ ଗାଁରୁ ମୋହନା ଘାଇବାଲି ଗାଁକୁ ଯାଉଥିଲେ। ଏକ ଶୁଦ୍ଧିକ୍ରିୟା ଭୋଜିରେ ଯୋଗଦେବାକୁ ଯାଉଥିବା ବେଳେ ଚନ୍ଦ୍ରଗିରି ନିକଟରେ ଓଲଟି ପଡିଥିଲା ଭ୍ୟାନ୍। ଚନ୍ଦ୍ରଗିରି ମେଡିକାଲରେ ଆହତମାନଙ୍କ ଚିକିତ୍ସା ଚାଲିଥିବା ବେଳେ ସଙ୍କଟାପନ୍ନ ୫ ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର କହିଛନ୍ତି। ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଅଛନ୍ତି ।