ବାଲିଆପାଳ : ବାଲେଶ୍ୱର ଜଙ୍ଗଲ ବିଭାଗ ଲଙ୍ଗଳେଶ୍ୱର ରଞ୍ଜେ ପକ୍ଷରୁ ଗୁରୁବାର ଡଗରା ବେଳାଭୂମିରୁ ଚୌମୁଖ ବେଳାଭୂମି ସୀମା ପର୍ଯ୍ୟନ୍ତ ଜାଗା ରେ ଏକ ହଜାରରୁ ଅଧିକ ତାଳ ମଞ୍ଜି ରୋପଣ କରାଯାଇଛି।ଲଙ୍ଗଳେଶ୍ୱର ଅଫିସ ତ ଫରେଷ୍ଟର ହୃଷିକେଶ ପ୍ରଧାନ, ରାମେଶ୍ୱର ମୁର୍ମୁ, ସାଗରୀକା ସିଂ ପ୍ରମୁଖ ତାଳ ମଞ୍ଜି ରୋପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବନ ସୁରକ୍ଷା ସମିତି ସତ୍ୟା ନନ୍ଦ ମହାନ୍ତି, ପରିବେଶବିତ ନିତ୍ୟାନନ୍ଦ ଜେନା, ଶ୍ରୀହରି ଜେନା, ଦୁର୍ଜୟ କରଣ ପ୍ରମୁଖ ମଞ୍ଜି ରୋପଣରେ ସହାୟତା କରିଥିଲେ। ଆଗାମୀ ଦିନରେ ଅଧିକ ତାଳ ମଞ୍ଜି ରୋପଣ କରାଯିବ ବୋଲି ଫରେଷ୍ଟ ର ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ତାଳ ଗଛ ବଜ୍ର ପାତ ନିରୋଧକ ଭାବେ କାର୍ଯ୍ୟ କରୁଥିବାରୁ ସରକାର ବଜ୍ରପାତ ର ମୁକାବିଲା ପାଇଁ ଏପରି ପଦକ୍ଷେପ ନେଇଥିବା ପ୍ରକାଶ।