ଆସନ୍ତା ଦୁର୍ଗାପୂଜା ଅବସରରେ କୃଷକମାନଙ୍କୁ ପିଏମ କିସାନ ଯୋଜନାର ୧୮ତମ କିସ୍ତି ପଠାଯିବ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । ଅକ୍ଟୋବର ୫ ତାରିଖରେ ଯୋଜନାର ସମସ୍ତ ହିତାଧିକାରୀମାନଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇବେ ସରକାର । ଅକ୍ଟୋବର ମାସରେ ଶାରଦୀୟ ଦୁର୍ଗାପୂଜା ପାଳନ କରିବ ସାରା ଭାରତ । ଏହି ପୂଜା ଅବସରରେ କେନ୍ଦ୍ର ସରକାର କୃଷକମାନଙ୍କୁ ଦଶହରା ଭେଟି ଆକାରରେ କିସାନ ଯୋଜନାର ୧୮ତମ କିସ୍ତି ପଠାଇବେ ବୋଲି କୁହାଯାଉଛି । କେଉଁ କୃଷକ ଏହି୧୮ତମ କିସ୍ତି ପାଇଁ ଯୋଗ୍ୟ କି ନାହିଁ, ତାହା ଜାଣିବା ପାଇଁ ପିଏମ କିଷାନ ସାମ୍ମାନ ନିଧି ଯୋଜନାର ୱେବସାଇଟ କୁ ଯାଇ ଯାଞ୍ଚ କରିବା ଉଚିତ । ଦେୟର ତଥ୍ୟ ଅନୁଯାୟୀ, ପିଏମ କିଷାନ ଯୋଜନାର ୧୪ତମ କିସ୍ତିରେ ପ୍ରାୟ ୮.୫ କୋଟି କୃଷକଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ଟଙ୍କା ଆସିଥିଲା । ୧୫ ତମ କିସ୍ତିର ଆକଳନ ଅନୁଯାୟୀ, ପ୍ରାୟ ୧୧ କୋଟି କୃଷକ ଏହି ଯୋଜନାର ଲାଭ ପାଇଁ ସଫଳତାର ସହ ପଞ୍ଜୀକୃତ ହୋଇଛନ୍ତି । ଯେଉଁ କୃଷକମାନେ ଆର୍ଥିକ ରୂପରେ ସହାୟତା ରାଶି ଭାବରେ ଦିଆଯାଉଥିବା ଆବଶ୍ୟକ କୃଷି ଖର୍ଚ୍ଚ ଦେବାକୁ ଅସମର୍ଥନ, ସେହି କୃଷକ ମାନଙ୍କୁ ଏହି କିସ୍ତି ପ୍ରଦାନ କରାଯାଏ ।