ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଶ୍ରୀନଗରରେ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଡାଲ୍ ହ୍ରଦ ନିକଟରେ ଥିବା ଶୈର-ଏ-କଶ୍ମୀର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରାୟ ୭ହଜାର ଲୋକଙ୍କ ସହ ସାମିଲ ହୋଇ ଯୋଗ କରିଛନ୍ତି ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଲ୍ୟାଣ୍ଡ ଅଫ ସାଧନା’ ଶ୍ରୀନଗରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛନ୍ତି । ଜାମ୍ମୁ-କାଶ୍ମୀରର ରାଜଧାନୀରେ ଏକ କାର୍ଯ୍ୟକ୍ରମକୁ ସମ୍ବୋନ୍ଧିତ କରି ସେ କହିଛନ୍ତି ଯେ, ଯୋଗ ଅଭ୍ୟାସକର୍ତ୍ତାମାନଙ୍କୁ ଏହା ଅନୁଭବ କରାଇଛି ଯେ, ଆମ କଲ୍ୟାଣ ଆମ ଆଖପାଖର ଦୁନିଆର କଲ୍ୟାଣ ସହ ସମ୍ବନ୍ଧିତ । ଏହା ଦେଖିବାକୁ ପଡିବ ଯେ, ଗତ ୧୦ ବର୍ଷରେ ପ୍ରାଚୀନ ଭାରତୀୟ ପ୍ରଣାଳୀର ପ୍ରାକ୍ଟିସ କରୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯୋଗ ଅର୍ଥବ୍ୟବସ୍ଥା ଭାରତରେ ରୋଜଗାରକୁ ସୃଷ୍ଟି କରିଛି ।