ଜମ୍ମୁ କଶ୍ମୀରରେ ଖୁବଶୀଘ୍ର ହେବେ ବିଧାନସଭା ନିର୍ବାଚନ ଏବଂ ଶୀଘ୍ର ଏହା ଫେରି ପାଇବ ପୂର୍ଣ୍ଣ ରାଜ୍ୟ ମାନ୍ୟତା । ଆଜି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଧମପୁରରେ ଏକ ଜନ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ଏହି ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ସମୟ ଆସିଯାଇଛି ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଜମ୍ମୁ କଶ୍ମୀରରେ ରାଜ୍ୟ ମାନ୍ୟତା ଫେରିପାଇବ । ଏଠାକାର ଜନସାଧାରଣ ବିଧାୟକ ଏବଂ ମନ୍ତ୍ରୀମାନଙ୍କ ସହ ସ୍ୱପ୍ନ ବାଣ୍ଟିବାକୁ ସମର୍ଥ ହେବେ ବୋଲି ମୋଦି କହିଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି ଯେ ଆତଙ୍କବାଦ, ପଥର ଫିଙ୍ଗିବା ଏବଂ ସୀମାବର୍ତ୍ତୀ ଗୁଳି ବିନିମୟରେ ବିନା ଜମ୍ମୁ କଶ୍ମୀରରେ ଆଗାମୀ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥି ସହ ଧାରା ୩୭୦କୁ ନେଇ ବିରୋଧୀ ବିଭିନ୍ନ ପ୍ରକାର ତଥ୍ୟ ସହ ଲୋକଙ୍କୁ ଭ୍ରମିତ କରୁଛନ୍ତି ବୋଲି ମୋଦି କହିଛନ୍ତି ।