ସଫଳତାର ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରୁଛି ଇସ୍ରୋ। ଅନୁସନ୍ଧାନ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରୁଛି ଇସ୍ରୋ। ଚନ୍ଦ୍ରଯାନର ସଫଳତା ପରେ ଗଗନଯାନ ଉପରେ ଲକ୍ଷ୍ୟ ରଖିଛି ଏହି ଅନୁସନ୍ଧାନକାରୀ ସଂସ୍ଥା। ମହାକାଶଦୁନିଆରେ ଭାରତକୁ ଏକ ଅନ୍ୟନ୍ୟ ସଫଳତା ଦେବା ପାଇଁ ଲାଗିପଡ଼ିଛି ଇସ୍ରୋ। ଭାରତର ଗଗନଯାନ ମିଶନରେ ମହାକାଶକୁ ଯିବାକୁ ଥିବା ୪ ମହାକାଶଚାରୀଙ୍କ ନାଁ ପାଇଁ ଯେଉଁ ସସ୍ପେନ୍ସ ଥିଲା ତାହା ଆଜି ପ୍ରକାଶ ପାଇଛି। ଆଜି ମୋଦି ବିକ୍ରମ ସାରାଭାଇ ଅନ୍ତରୀକ୍ଷ କେନ୍ଦ୍ରରେ ଗଗନଯାନ ପାଇଁ ତାଲିମଯୁକ୍ତ ପାଇଲଟଙ୍କ ନାମ ଘୋଷଣା କରିଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପ୍ରଥମ ମାନବ ମହାକାଶ ମିଶନ ଗଗନଯାନ ନେଇ ପ୍ରକ୍ରିୟା ଆରମ୍ଭ କରିସାରିଛି। ଭାରତୀୟ ମହାକାଶଚାରୀଙ୍କୁ ମହାକାଶ ପଠାଇବାରେ ବ୍ୟବହାର ହେବାକୁ ଥିବା କ୍ରାୟୋଜେନିକ ଇଞ୍ଜିନର ସଫଳ ପରୀକ୍ଷଣ କରିଛି ଇସ୍ରୋ। ତେବେ ସେହି ୪ ଜଣ ପାଇଲଟ ହେଉଛନ୍ତି ପ୍ରଶାନ୍ତ ନାୟର, ଅଙ୍ଗଦ ପ୍ରତାପ, ଅଜିତ କୃଷ୍ଣନ ଏବଂ ଶୁଭ୍ରାଂଶୁ ଶୁକ୍ଳା। ଏମାନେ ଗଗନଯାନ ମିଶନ ପାଇଁ ମହାକାଶକୁ ଯିବେ ବୋଲି ମୋଦି ବିକ୍ରମ ସାରାଭାଇ ଅନ୍ତରୀକ୍ଷ କେନ୍ଦ୍ରରେ ଘୋଷଣା କରିଛନ୍ତି।