ରଥଯାତ୍ରା ସୁରକ୍ଷା ପାଇଁ ବୈଠକ । ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ । ଚଳିତ ବର୍ଷ ରଥଯାତ୍ରାରେ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ । ୪ ଅତିରକ୍ତ ଡିଜି ପାହ୍ୟା ଅଧିକାରୀ, ୬ ଜଣ ଆଇଜି ଏବଂ ଡିଆଇଜି ପାହ୍ୟା ଅଧିକାରୀଙ୍କ ସହ ୧୩୦ ଜଣ ଇନସ୍ପେକ୍ଟର, ୬୭୫ ଜଣ ଏଏସଆଇ ମୁତୟନ ହେବେ । କେନ୍ଦ୍ରକୁ ୫ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ପାଇଁ ଚିଠି ଲେଖାଯାଇଛି । ସେପଟେ ପାର୍କିଂ ସ୍ଥାନର ଅନୁଧ୍ୟାନ ପାଇଁ ଡ୍ରୋନ ଯୋଗେ ନଜର ରଖାଯିବ ।