ସ୍ୱତନ୍ତ୍ର ବାଟାଲିୟନ ଯବାନମାନେ ବାହୁ ,ବେକ ଓ ମୁହଁରେ ଟାଟୁ ଚିତ୍ର ଆଙ୍କିଛନ୍ତି । ଯାହା ପୋଲିସ ବିଭାଗର ଗାରିମା କ୍ଷୁର୍ଣ୍ଣ କରୁଛି ବୋଲି ଅନୁଭବ କରିଛି କମିଶନର ପୋଲିସ । ତେଣୁ ପୋଲିସ ବିଭାଗ ପକ୍ଷରୁ ସମସ୍ତ ପୋଲିସ କର୍ମଚାରୀଙ୍କୁ ଟାଟୁ ଲିଭାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୫ ଦିନ ଭିତରେ ହାତ ଗୋଡ, ବେକ ତଥା ପୋଷାକ ବାହାରେ ଥିବା ଟାଟୁକୁ ନଲିଭାଇଲେ ବିଭାଗୀୟ କାର୍ଯ୍ୟରନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି । ଏହି ନିର୍ଦ୍ଦେଶ ସ୍ୱତନ୍ତ୍ର ବାଟାଲିୟନ ଓ ଏହାର ଯବାନଙ୍କ ପାଇଁ ଆଚରଣ ବିଧି ଜାରି କରିଛି କମିଶନରେଟ ପୋଲିସ ।