ଗଞ୍ଜାମର ଖଳ୍ଲିକୋଟ ସ୍ଥିତ ଶ୍ରୀକଷ୍ଣ ଶରଣପୁର ରାଜନୈତିକ ହିଂସାର ପରବର୍ତ୍ତୀ ଉତ୍ତେଜନା ଲାଗିରହିଛି । ଏହି ହିଂସାରେ ଜଣଙ୍କର ଜୀବନ ଯାଇଛି ୫ ଜଣ ଆହାତ ହୋଇଛନ୍ତି । ସେହିପରି ଜିଳ୍ଲାର ପୋଲସରାରେ ମଧ୍ୟ ନିର୍ବାଚନୀ ହିଂସା ଲାଗିଛି । ଜଣେ ବିଜେଡି ନେତାଙ୍କ ଉପରକୁ ଗୁଳି କରାଯାଇଥିବା ଅଭିଯୋଗ ହୋଇଛି । ଟିଟିଲାଗଡରେ ମଧ୍ୟ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବିଜେପିରର ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ଉପରେ ଆକ୍ରମଣ ହୋଇଛି । ତାଙ୍କର ୨ ସମର୍ଥକଙ୍କୁ ମଧ୍ୟ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ନୂଆପଲ୍ଲୀର ବଡସାହିଠାରେ ବିଜେଡି କାର୍ଯ୍ୟାଳୟ ସମ୍ମୁଖରେ ବିସ୍ଫୋରଣ ଘଟଣା ଘଟିଛି । କିଛି ଦୁବୁର୍ତ୍ତ ବୋମାମାଡ କରି ଖସିଯାଇଥିବା ଅଭିଯୋଗ ହୋଇଛି ।