ଫେବୃଆରୀ ୨ ତାରିଖରେ ଏକ ଖବର ଆସିଥିଲା ଯେ, ପୁନମ ପାଣ୍ଡେଙ୍କର ଦେହାନ୍ତ ଘଟିଛି । ତାଙ୍କୁ ସର୍ଭିକାଲ କ୍ୟାନ୍ସର ହୋଇଥିଲା। ଏହି ସୂଚନା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦିଆଯାଇଥିଲା । ପୁନମ ପାଣ୍ଡେଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଫେବ୍ରୁଆରି ୧ ତାରିଖ ରାତିରେ ସର୍ଭିକାଲ୍ କ୍ୟାନସରରେ ପୀଡିତ ହୋଇ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ପୁନମ ଙ୍କ ମ୍ୟାନେଜର ସୂଚନା ଦେଇଥିଲେ ।ହେଲେ ବର୍ତ୍ତମାନ ଯେଉଁ ଖବର ସାମ୍ନାକୁ ଆସୁଛି ତାହା ଆପଣଙ୍କ ହୋସ ଉଡାଇଦେବ,ଏହି ଖବର ମିଥ୍ୟା ବୋଲି ପ୍ରମାଣିତ ହୋଇଛି । ଯାହାକୁ ଖୋଦ ପୁନମ ପାଣ୍ଡେ ହିଁ ପ୍ରମାଣ କରିଛନ୍ତି। ପୁନମ ପାଣ୍ଡେ ନିଜେ ଲୋକମାନଙ୍କର ଏହି ଦ୍ୱନ୍ଦ୍ୱକୁ ସ୍ପଷ୍ଟ କରି instagram ରେ ଭିଡ଼ିଓ କରିଛନ୍ତି । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ସେ କହିଛନ୍ତି ଯେ, ମୁଁ ବଞ୍ଚିଛି । ମୁଁ ସର୍ଭାଇକାଲ କ୍ୟାନ୍ସରରେ ପୀଡ଼ିତ ନୁହେଁ ବୋଲି ମଧ୍ୟ ସେ ଭିଡିଓରେ କହିଛନ୍ତି ।