ଗିରଫ ହେଲେ ପ୍ରଜ୍ବଳ ରେଭନ୍ନା । ଦୁଷ୍କର୍ମ ଓ ଧମକ ଦେବା ମାମଲାର ଅଭିଯୁକ୍ତ ତଥା ଜେଡିଏସ୍ ସାଂସଦ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ାଙ୍କ ନାତି ପ୍ରଜ୍ବଳ ରେବନ୍ନାଙ୍କୁ ଗିରଫ କରିଛି ଏସଆଇଟି। ୩୫ ଦିନ ପରେ ସେ ବେଙ୍ଗାଲୁରୁରେ ପହଞ୍ଚିବା ପରେ ଏସଆଇଟି ତାଙ୍କୁ ଗିରଫ କରିଥିବା ଜଣାଯାଇଛି। ପ୍ରଜ୍ବଳ ରେବନ୍ନା ୩୧ ତାରିଖ ୧୨ଟା ୪୬ ମିନିଟ ସମୟରେ ବିମାନରୁ ଅବତରଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଆଜି ତାଙ୍କୁ ଅଦାଲତରେ ହାଜର କରାଯିବ। ସେ ଜର୍ମାନୀରେ ଆତ୍ମଗୋପନ କରିଥିଲେ। ତାଙ୍କୁ ଫେରାଇ ଆଣିବାକୁ ଇଣ୍ଟରପୋଲ୍ର ବ୍ଲୁ କର୍ନର ନୋଟିସ୍ ଜାରି କରାଯାଇଥିଲା। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନୋଟିସ୍ ଜାରି କରିବା ସହ ସ୍ବତନ୍ତ୍ର କୂଟନୈତିକ ପାସ୍ପୋର୍ଟ ଖାରଜ କରିବାକୁ ମଧ୍ୟ ଚେତାବନୀ ଦେଇଥିଲା। ଏହାପରେ ସେ ଭାରତ ଫେରି ତଦନ୍ତରେ ସହଯୋଗ କରିବେ ବୋଲି କହିଥିଲେ।