ଜି୨୦ ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ସୁନକ ସମସ୍ତ ରାଷ୍ଟ୍ରନେତାଙ୍କୁ ଡିସେମ୍ବରରେ ଆୟୋଜିତ ହେବାକୁ ଯାଉଥିବା ବିଶ୍ୱ ଜଳବାୟୁ ସମ୍ମିଳନୀ COP28 ପୂର୍ବରୁ ଜଳବାୟୁ ଉପରେ ଏକ ସଙ୍ଗେ କାମ କରିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଏକଜୁଟ ହୋଇ କାମ କଲେ ଦେଶମାନଙ୍କରେ କାର୍ବନ ଉତ୍ସର୍ଜନକୁ କମ୍ କରାଯାଇପାରିବ । ଏହା ସହିତ ଜଳବାୟୁ ପରିବର୍ତ୍ତନ ପରିଣାମକୁ ସାମ୍ନା କରିବା ଲାଗି ଦୂର୍ବଳ ଅର୍ଥବ୍ୟବସ୍ଥାକୁ ସହଯୋଗ କରିପାରିବା ।ଏବେ ସାରା ବିଶ୍ୱ ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତାରେ । ଏବେ ଏହି ସମସ୍ୟାର ସମାଧାନ ଲାଗି ଭାରତ ଓ ବ୍ରିଟେନ ଏକ ହୋଇଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଜି୨୦ ଶିଖର ସମ୍ମିଳନୀ ସମାପନ ଦିବସରେ ଘୋଷଣା କରିଛନ୍ତି କି ସେ ଜଳବାୟୁ ସହାୟତା ଲାଗି ପ୍ରତିବଦ୍ଧ । ଏଥିପାଇଁ ସେ ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡକୁ ୨ ବିଲିୟନ ଡଲାର ପ୍ରଦାନ କରିବେ ।