ବଦଳିଲା ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପ୍ରୋଜେକ୍ଟ କେ’ର ନାମ। ୨୦୨୪ରେ ରିଲିଜ୍ ହେବାକୁ ଥିବା ଫିଲ୍ମ ‘ପ୍ରୋଜେକ୍ଟ କେ’ର ନାମ ରିଲିଜ୍ ପୂର୍ବରୁ ବଦଳାଇ ଦିଆଯାଇଛି। ଫିଲ୍ମର ଟିଜର ଏବେ ରିଲିଜ୍ କରାଯାଇଥିବା ବେଳେ ନିର୍ମାତା ଫିଲ୍ମର ନାମ ‘କଲ୍କି ୨୮୯୮ ଏଡି’ ରଖିଥିବା ଦେଖାଯାଇଛି। କମିକ୍ କନ୍ ଫିଲ୍ମ ଫେଷ୍ଟିଭାଲରେ ଫିଲ୍ମର ଗ୍ରାଣ୍ଡ୍ ଲଞ୍ଚ ସମୟରେ ଏହାର ନାମ ‘ପ୍ରୋଜେକ୍ଟ କେ’ ବଦଳରେ କାଳଚକ୍ର ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ହେଲେ ଏବେ ଟିଜର ରିଲିଜ୍ ପରେ ଏହି ଚର୍ଚ୍ଚାର ଅବସାନ ଘଟିଛି।ତେବେ ଟିଜର ରିଲିଜ୍ ପରେ କିଛି ଲୋକ ଏହାକୁ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆର କିଛି ଲୋକ ଏହି ଫିଲ୍ମକୁ ହଲିଉଡ ଚଳଚ୍ଚିତ୍ର ‘ଡ୍ୟୁନ୍’ ସହିତ ତୁଳନା କରି ଏହା ଏକ ଶସ୍ତା କପି ବୋଲି କହିବା ଆରମ୍ଭ କରିଛନ୍ତି। ଏହା ସହ ପ୍ରଭାସଙ୍କୁ ‘ଶସ୍ତା ଆଇରନ୍ ମ୍ୟାନ୍’ ବୋଲି କହି ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।ପ୍ରଭାସଙ୍କ ଫିଲ୍ମ ଆଦିପୁରୁଷ ୬୦୦କୋଟି ବଜେଟରେ ନିର୍ମାଣ ହୋଇ ବି ଦର୍ଶକଙ୍କୁ ପସନ୍ଦ ଆସିନଥିବା ବେଳେ ଫିଲ୍ମ ‘କଲ୍କି ୨୮୯୮ ଏଡି’ ତାଙ୍କର ଫ୍ଲପ କ୍ୟାରିୟରକୁ ସୁଧାରିବ ବୋଲି ସେ ଆଶା କରିଥିଲେ ଅଭିନେତା। ହେଲେ ଟିଜର ରିଲିଜ୍ ପରେ ଦର୍ଶକଙ୍କୁ ସେତେଟା ପସନ୍ଦ ଆସିନଥିବା ଦେଖାଯାଇଛି।