ପଞ୍ଜାବ ଲୁଧିଆନାରେ ଘଟିଲା ଅଘଟଣ । ଗ୍ୟାସ୍ ଲିକ୍ କାରଣରୁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଗୁରୁତର ଅଛନ୍ତି । ଗିୟାସପୁରାର ଏକ ଫ୍ୟାକ୍ଟ୍ରିରୁ ଗ୍ୟାସ୍ ଲିକ୍ ଯୋଗୁଁ ଏହି ଅଘଟଣ ଘଟିଛି । ଉଦ୍ଧାର କାର୍ଯ୍ୟରେ NDRF ସାମିଲ ହୋଇଛନ୍ତି । ଡାକ୍ତରୀ ଟିମ୍ ମଧ୍ୟ ପହଞ୍ଚିସାରିଛନ୍ତି । କେଉଁ ପ୍ରକାର ଗ୍ୟାସ୍ ଲିକ୍ ଯୋଗୁଁ ମୃତ୍ୟୁ ହୋଇଛି, ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ପ୍ରଭାବିତ ଅଞ୍ଚଳକୁ ନ ଯିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।ଗଣମାଧ୍ୟମକୁ ଲୁଧିଆନାର ସବ୍ ଡିଭିଜିନାଲ୍ ମାଜିଷ୍ଟ୍ରେଟ୍ ସ୍ବାତୀ ତିୱାନା କହିଛନ୍ତି, ନିଶ୍ଚୟ ଏହା ଗୋଟାଏ ଗ୍ୟାସ୍ ଲିକ୍ ଘଟଣା। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ସମ୍ପ୍ରତି ଘଟଣାସ୍ଥଳରେ ପହଞ୍ଚି ଜନସ୍ଥାନାନ୍ତରଣ କରିବା ସହିତ ଉଦ୍ଧାର ଅଭିଯାନ ଚଳାଇଛି। ଏହି ଘଟଣାରେ ୯ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ୧୧ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। କି ପ୍ରକାରର ଗ୍ୟାସ୍ ଓ ତାହା କେଉଁଠୁ ଲିକ୍ ହୋଇଛି ସେ କଥା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ‘ଏନ୍ଡିଆର୍ଏଫ୍’ ଟିମ୍ ତାହା ତଦନ୍ତ କରିବ।