ପୁରୀ ପୋଲିସକୁ ବଡ଼ ସଫଳତା ୧୪୫ ନିଖୋଜ ଶିଶୁଙ୍କୁ କରାଯାଇଛି ଉଦ୍ଧାର । ପୁରୀ ପୋଲିସ ନିଜର ଅଭିଯାନରେ ସଫଳତା ପାଇଛି । ଗତ ୨ ମାସ ମଧ୍ୟରେ ୧୪୫ ନାବାଳକ ଓ ନାବାଳିକା ନିଖୋଜ ହୋଇଥିଲେ । ଏହି ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବାରେ ସଫଳତା ପାଇଛି ପୋଲିସ । ଉଦ୍ଧାର ହୋଇଥିବା ଶିଶୁଙ୍କ ମଧ୍ୟରେ ପିପିଲି ସବଡ଼ିଭିଜନର ୩୫ ଜଣ ନିମାପଡ଼ା ସବଡ଼ିଭିଜନ ର ୫୫ ଜଣ, ସଦର ର ୨୮ ଓ ପୁରୀ ସିଟି ସବଡ଼ିଭିଜନର ୨୭ ଜଣ ରହିଛନ୍ତି । ପୁରୀ ପୋଲିସର ସ୍ୱତନ୍ତ୍ର ଡ଼୍ରାଇଭ ଦ୍ୱାରା ଏହି ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇଛି ।