ଭାଜପାର ସହଯୋଗୀ ଲୋକ ଜନଶକ୍ତି ପାର୍ଟି (ରାମବିଳାସ)ର ସଭାପତି ତଥା କେନ୍ଦ୍ର ସରକାରରେ ମନ୍ତ୍ରୀ ଚିରାଗ ପାସୱାନଙ୍କ ଡିଗ୍ରୀ ସମ୍ପର୍କରେ ଏକ ବଡ଼ ଖୁଲାସା କରାଯାଇଛି। ଝାନସିର ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଦାବି କରିଛନ୍ତି, ଚିରାଗଙ୍କର ବି-ଟେକ ଡିଗ୍ରୀ ନାହିଁ। ଚିରାଗ ଏଠାରେ ଆଡମିଶନ ନେଇଥିଲେ କିନ୍ତୁ ସେ କେବଳ ପ୍ରଥମ ସେମିଷ୍ଟାର ପାଇଁ ପରୀକ୍ଷା ଦେଇଥିଲେ।
ଚିରାଗ ପାସୱାନଙ୍କ ଡିଗ୍ରୀ ସମ୍ପର୍କରେ ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କ ଦାବି ପରେ ଉତ୍ତେଜନା ତୀବ୍ର ହୋଇଛି। ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ବିଭାଗର ସହକାରୀ ପ୍ରଫେସର ବ୍ରିଜେନ୍ଦ୍ର ଶୁକ୍ଲା ଚିରାଗଙ୍କ ଡିଗ୍ରୀ ସମ୍ପର୍କରେ ଏହି ଦାବି କରିଛନ୍ତି। ସେ କହିଛନ୍ତି, ୨୦୦୫ରେ ଚିରାଗ ପାସୱାନ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂରେ ଆଡମିଶନ ନେଇଥିଲେ। ଆଡମିଶନ ପରେ ସେ ପ୍ରଥମ ସେମିଷ୍ଟାର ପରୀକ୍ଷାରେ ମଧ୍ୟ ହାଜର ହୋଇଥିଲେ କିନ୍ତୁ ଏହା ପରେ ସେ ପରୀକ୍ଷାରେ ହାଜର ହୋଇ ନ ଥିଲେ। ପ୍ରଥମ ସେମିଷ୍ଟାର ପରେ,ଚିରାଗ ପାସୱାନ ବ୍ୟକ୍ତିଗତ କାରଣରୁ ଅବଶିଷ୍ଟ ୮ ସେମିଷ୍ଟାର ପରୀକ୍ଷାରେ ଉପସ୍ଥିତ ନ ଥିଲେ। ଯେଉଁଥିପାଇଁ ତାଙ୍କର ବି.ଟେକ ଏଠାରେ ବନ୍ଦ ହୋଇଯାଇଥିଲା।