ଓଟିଟି ତଥା ନେଟ୍ଫ୍ଲିକ୍ସରେ ଆଜିଠୁ ପ୍ରସାରିତ ହେବାକୁ ଯାଉଥିବା ଧାରାବାହିକ ‘କୋହରା’ରେ ରାଚେଲ୍ଙ୍କ ଅଭିନୟ କରିଛନ୍ତି। ଏହାକୁ ନିର୍ମାଣ କରିଛନ୍ତି ସୁଦୀପ ଶର୍ମା ।ଜିଠୁ ପ୍ରାୟ ୨୨ ବର୍ଷ ତଳେ ରିଲିଜ୍ ହୋଇଥିବା ଆଶୁତୋଷ ଗୋୱାରିକରଙ୍କ ଚଳଚ୍ଚିତ୍ର ‘ଲଗାନ’ରେ ଆଲିଜାବେଥ୍ ରସେଲ ଚରିତ୍ରରେ ଅଭିନୟ କରିଥିଲେ ବ୍ରିଟିସ୍ ଅଭିନେତ୍ରୀ ରାଚେଲ୍ ସେଲି।
ହେଲେ ଦୁଇ ଦଶନ୍ଧି ପରେ କାହିଁକି ରାଚେଲଙ୍କୁ ହିଁ ଲୋଡାଗଲା। ସେ ନେଇ ନିର୍ମାତା କୁହନ୍ତି ଯେ, ଧାରାବାହିକର ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଜଣେ ବ୍ରିଟିସ୍ ଅଭିନେତ୍ରୀଙ୍କ ଆବଶ୍ୟକ ଥିଲା। ଭାରତୀୟ ପରିବେଶରେ ୱେବ୍ ଧାରାବାହିକ ପାଇଁ ସୁଟିଂ କରିବା କଷ୍ଟସାଧ୍ୟ ମାତ୍ର ପୂର୍ବରୁ ଭାରତୀୟ ପରିବେଶରେ କାମ କରିଥିବା ଅଭିନେତ୍ରୀ ଖାପ ଖୁଆଇ ପାରିବେ ବୋଲି ଅନୁଭବ କରାଯାଇଥିଲା। Lagaanରେ ଅମୀର ଖାନଙ୍କ ସହ ରାଚେଲ୍ଙ୍କ ଅଭିନୟ ଦର୍ଶକଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଥିଲା। ତେଣୁ କାଷ୍ଟିଂ ନିର୍ଦେଶିକା ନିକିତା ଗ୍ରୋଭର୍ଙ୍କୁ ରାଚେଲ୍ଙ୍କ କଥା ମନକୁ ଆସିଥିଲା। ରାଚେଲ ଏଥିପାଇଁ ସମ୍ମତ ହେବା ପରେ ସେ ୩ ମାସ ଧରି ପଞ୍ଜାବରେ ସୁଟିଂ କରିଥିବା ଜଣାପଡିଛି। ମାତ୍ର ଏହା ପରେ ତାଙ୍କୁ କୌଣସି ଭାରତୀୟ ସିନେମା, ଧାରାବାହିକ କିମ୍ବା ଆଲବମରେ ଦେଖିବାକୁ ମିଳି ନ ଥିଲା। ମାତ୍ର ୨୨ ବର୍ଷ ପରେ ପୁଣି ରଚେଲ ଫେରୁଛନ୍ତି।