ଘର ଛାଡିଲେ ରାହୁଲ୍ । ପ୍ୟାକିଙ୍ଗ୍ ହୋଇ ଟ୍ରକରେ ଚାଲିଛି ଜିନିଷ ବୁହା । ରାଜନୀତିରେ ପବଦୀ ଯେତେ ଖାସ୍ ତାର ସରକାରୀ ସୁବିଧା ବି ସେତେ ବଢିଆ । ଆଉ ରାହୁଲ୍ ଗାନ୍ଧୀଙ୍କର ସେହି ସରକାରୀ ବଙ୍ଗଳା ବର୍ତ୍ତମାନ ଫାଙ୍କା ହେଉଛି । କହିବାକୁ ଗଲେ ରାହୁଲଙ୍କ ସରକାରୀ ବାସଭବନର ଠିକଣା ବଦଳିଯାଇଛି । ଆଉ ସେହି ପୂର୍ବ ସୁବିଧା ତାଙ୍କୁ ମିଳିବ ନାହିଁ । କାହିଁକି ନା ରାହୁଲ ଗାନ୍ଧୀ ସାଂସଦ ହୋଇଥିବା କାରଣରୁ ତାଙ୍କୁ ଲୁଟିୟନ୍ସ ଜୋନରେ ୧୨ ତୁଗଲକ୍ ବଙ୍ଗଳା ଦେଇଥିଲେ ସରକାର । ତେବେ ମାର୍ଚ୍ଚ ୨୩ରେ ରାହୁଲଙ୍କୁ ମୋଦୀ ଉପନାମ ମାମଲାରେ ୨ ବର୍ଷ ପାଇଁ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଆଉ ମାର୍ଚ୍ଛ ୨୪ରେ ହାତରୁ ଚାଲିଗଲା ସାଂସଦ ପଦବୀ ।
ଆଉ ବିନା ପଦବୀରେ ରାହୁଲ ଗାନ୍ଧୀଙ୍କୁ ସରକାରୀ ସୁବିଧା ବା କେମିତି ମିଳିପାରିବ ? ଏହି କାରଣର ୨୭ ମାର୍ଚ୍ଛରେ ବଙ୍ଗଳା ଖାଲି କରିବାକୁ ରାହୁଲ୍ ଗାନ୍ଧୀଙ୍କୁ ଦିଆଗଲା ନୋଟିସ୍ । ତେବେ ନୋଟିସ୍ ଅନୁସାରେ ଏପ୍ରିଲ ୨୨ ସୁଦ୍ଧା ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ନୋଟିସ୍ ପାଇବା ମାତ୍ରେ ଲୋକସଭା ସଚିବଙ୍କୁ ଚିଠି ଲେଖି ନିଜର ଉତ୍ତରଖିଥିଲେ ରାହୁଲଗାନ୍ଧୀ । ସେ କହିଥିଲେ ,”ଏହି ଘର ସହ ମୋର ବହୁତ ସ୍ମୃତି ଯୋଡି ରହିଛି ଅନେକ ଭଲ ସମୟ ଏଠାରେ ମୁଁ କାଟିଛି ତେଣୁକରି ବର୍ତ୍ତମାନ ଆଦେଶ ଆସିଛି ମାନେ ତାହାକୁ ପାଳନ କରିବାକୁ ପଡିବ ।”
#WATCH | Trucks at the premises of Delhi residence of Congress leader Rahul Gandhi. He is vacating his residence after being disqualified as Lok Sabha MP. pic.twitter.com/BZBpesy339
— ANI (@ANI) April 14, 2023
ଆଉ ୧୪ ଏପ୍ରିଲରେ ଘର ଛାଡିଦେଇଥିବାର ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ବର୍ତ୍ତମାନ ଲୋକଙ୍କର ପ୍ରଶ୍ନ ରାହୁଲଙ୍କର ନୂଆ ଠିକଣା କେଉଁଠି ହେବ ? କଣ ସେ ତାଙ୍କ ମା ସୋନିଆ ଗାନ୍ଧୀଙ୍କ ଘରେ ରହିବେ ? ତେବେ ଆହୁରୀ ଅଧିକ ଅପଡେଟ୍ ଆସିଲେ ଆମେ ପ୍ରକାଶ କରିବୁ ।