ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା କ୍ରମରେ ଆସାମରେ ଚାଲିଛି ରାହୁଲଙ୍କ ପଦଯାତ୍ରା । ରାହୁଲ ବୋର୍ଦ୍ଦୋବା ଥାନରେ ପହଞ୍ଚିଥିବାବେଳେ ସେଠାରେ ଏକ ପ୍ରତିକୂଳ ସ୍ଥିତି ଦେଖାଦେଇଛି । ଆସାମ ନଗାଁଓ ଶ୍ରୀଶ୍ରୀ ଶଙ୍କର ଦେବ ସତ୍ର ମନ୍ଦିରରେ ରାହୁଲ ଗାନ୍ଧୀ ପୂଜାର୍ଚ୍ଚନା କରିବାକୁ ଯାଉଥିବାବେଳେ ତାଙ୍କୁ ରୋକା ଯାଇଥିଲା ।
ରାହୁଲଙ୍କୁ ମନ୍ଦିର ପ୍ରବେଶ ବାରଣ ହୋଇଛି । ଏପରି ଅଭିଯୋଗ ଆଣିଛନ୍ତି ନିଜେ ରାହୁଲ ଗାନ୍ଧୀ । କଂଗ୍ରେସ ତରଫରୁ ଟ୍ୱିଟରରେ ଏକ ଭିଡ଼ିଓ ପୋଷ୍ଟ କରାଯାଇଛି । ଉକ୍ତ ଭିଡ଼ିଓରେ ରାହୁଲ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ମନ୍ଦିର ପ୍ରବେଶ ପ୍ରବେଶ କରିବାକୁ ଦିଆଗଲା ନାହିଁ । ତାଙ୍କର ଭୁଲ କଣ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ।
ଆସାମର ବଟଦ୍ରବ ସତ୍ର ମନ୍ଦିର । ଆସାମର ସାଧୁ ତଥା ପଣ୍ତିତ ଶ୍ରୀମନ୍ତ ଶଙ୍କରଦେବଙ୍କର ଜନ୍ମସ୍ଥାନ । ସେହି ସ୍ଥାନକୁ ରାହୁଲ ଗାନ୍ଧୀ ପରିଦର୍ଶନ କରିବାକୁ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ ମନ୍ଦିର ଭିତରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିଲା । ଫଳରେ ରାହୁଲ ଅସନ୍ତୁଷ୍ଟ ହୋଇଥିଲେ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିର କରିବେ ଯେ, କିଏ ମନ୍ଦିରରେ ପ୍ରବେଶ କରିବ ଆଉ କରିବନି । ତାଙ୍କ ଇଚ୍ଛାରେ ହିଁ ଜଣେ ମନ୍ଦିରରେ ପ୍ରବେଶ କରିପାରିବ ବୋଲି କହିଛନ୍ତି ରାହୁଲ