କାହା ପାଇଁ ଭକ୍ତି କେମିତି? କିଏ ପଥର ଭିତରେ ଭଗବାନଙ୍କୁ ପାଏ, ତ ପୁଣି କିଏ ମନ୍ଦିର ନ ଯାଇ କର୍ମକୁ ଭଗବାନ ଭାବେ। କିନ୍ତୁ ହିନ୍ଦୁ ଧର୍ମରେ ଆମେ ନିଜ ଆସ୍ଥାକୁ ହିଁ ସର୍ବୋପରି ରଖିଥାଉ। ଆଉ ଆମ ଭାରତୀୟଙ୍କ ପାଇଁ ଭଗବାନ ରାମଚନ୍ଦ୍ର ସବୁଠୁ ଉର୍ଦ୍ଧରେ..ଇତିହାସ ସାକ୍ଷୀ ଅଛି କେତେ ଯେ ବର୍ଷ ଲାଗିଛି ସେହି ପ୍ରଭୁଙ୍କ ଜନ୍ମସ୍ଥାନକୁ ହିନ୍ଦୁଙ୍କ ର ଆସ୍ଥା ସ୍ଥଳୀ କରିବା ପାଇଁ। ଆପଣମାନେ ତ ଜାଣନ୍ତି,ଆସନ୍ତା ୨୨ ତାରିଖରେ କୋଟି କୋଟି ଭାରତୀୟଙ୍କ ସ୍ବପ୍ନ ପୂରା ହେବାକୁ ଯାଉଛି। କାରଣ ଜାନୁଆରି ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ୯୦ ଦଶକରେ ଯେତେବେଳେ ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ନେଇ ସାରା ଦେଶରେ ଆନ୍ଦୋଳନ ସୃଷ୍ଟି ହୋଇଥିଲା, ସେତେବେଳେ ଧନବାଦର ବାସିନ୍ଦା ସରସ୍ୱତୀ ଦେବୀ ଏହି ମନ୍ଦିର ନିର୍ମାଣ କରିବାର ସ୍ୱପ୍ନ ଦେଖିଥିଲେ। ଅଯୋଧ୍ୟାରେ ଏକ ମହାନ୍ ରାମ ମନ୍ଦିର ନିର୍ମାଣ କରିବାର ଇଚ୍ଛା ସହିତ ସରସ୍ୱତୀ ଦେବୀ ମଉନ ବ୍ରତ କରିବା ଆରମ୍ଭ କରିଥିଲେ।ଏବେ ସେ ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ପବିତ୍ର ଦିନରେ ‘ରାମ … ସୀତାରାମ’ ଶବ୍ଦ ସହିତ ନିଜର ବ୍ରତ ଭଙ୍ଗ କରିବେ। ସରସ୍ୱତୀ ଦେବୀଙ୍କ ନୀରବ ବ୍ରତ ଏପର୍ଯ୍ୟନ୍ତ ଭାଙ୍ଗି ନାହିଁ।ଧନବାଦ୍ କରମନ୍ତର ବାସିନ୍ଦା ୮୫ ବର୍ଷିୟ ସରସ୍ୱତୀ ଦେବୀ ମଉନ ବ୍ରତ ସମୟରେ ଚାର ଧାମ ପରିଦର୍ଶନ କରିଥିଲେ। ସେ ଅଯୋଧ୍ୟା, କାଶୀ, ମଥୁରା, ତିରୁପତି ବାଲାଜୀ, ସୋମନାଥ ମନ୍ଦିର, ବାବା ବୈଦ୍ୟନାଥ ଆଦି ମନ୍ଦିର ପରିଦର୍ଶନ କରି ସାରିଛନ୍ତି। ଭଗବାନ ରାମଙ୍କ ପାଦତଳେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସରସ୍ୱତୀ ଦେବୀ ଆଜିକାଲି ଅଧିକାଂଶ ସମୟ ଅଯୋଧ୍ୟାରେ ବିତାଉଛନ୍ତି।
ସେ ବହୁତ ଖୁସିରେ ଲେଖିଛନ୍ତି, ‘ମୋ ଜୀବନ ସମାପ୍ତ ହୋଇଛି, ରାମଲଲା ମୋତେ ପ୍ରଣତି ପାଇଁ ଡାକିଛନ୍ତି। ମୋର ଧ୍ୟାନ ସଫଳ ହେଲା । ଦୀର୍ଘ ୩୦ବର୍ଷ ପରେ, ‘ରାମ ନାମ’ ସହିତ ମୋର ମଉନ ବ୍ରତ ଭଙ୍ଗ କରିବି।