ସତ୍ୟବାଦୀରୁ ପୂର୍ବତନ ବିଧାୟକ ତଥା ବିଜେପି ନେତା ରମାରଞ୍ଜନ ବଳିଆର ସିଂହ ଆଜି ବିଜେପି ଛାଡିଛନ୍ତି । କ୍ରମାଗତ ଭାବେ ତାଙ୍କୁ ପ୍ରତାରିତ କରିଥିବାରୁ ସେ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା କହିଚନ୍ତି । ଏଥର ଟିକେଟ ପାଇଁ ସେ ଆଶାୟୀ ଥିଲେ କିନ୍ତୁ ବିଜେପି ତାଙ୍କୁ ନିରାଶ କରିଥିଲା । ତେଣୁ ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇଛନ୍ତି ।