ବେଙ୍ଗାଲୁରୁର ରମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ଏନଆଇଏକୁ ଏକ ବଡ଼ ସଫଳତା ମିଳିଛି । ଏହି ଟିମ୍ କାଫେ ବିସ୍ଫୋରଣ ମାମଲାରେ ଆକ୍ରମଣକାରୀ ମୁସାଭିର ହୁସେନ୍ ଶାଜିବଙ୍କୁ ଗିରଫ କରିଛି । ଅନେକ ମାସ ଧରି ଫେରାର ଥିବା ଅଭିଯୁକ୍ତ ମୁସାଭିର ହୁସେନକୁ ଆସାମ ଏବଂ ପଶ୍ଚିମବଙ୍ଗ ସହ ମିଳିତ ଅପରେସନରେ ଏନଆଇଏ ଦ୍ୱାରା ଗିରଫ କରାଯାଇଛି ।ବେଙ୍ଗାଲୁରୁର ରମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ଏନଆଇଏ ଏହି ଘଟଣାରେ ସମ୍ପୃକ୍ତ ଜଣେ ପ୍ରମୁଖ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ମୁସାୱିର ହୁସେନ୍ ଶାଜିବକୁ କାଫେରେ ବୋମା ଲଗାଇବା ଦାୟିତ୍ୱ ମିଳିଥିଲା । ଏହି ମାମଲାରେ ବହୁ ସତର୍କତା ଏବଂ ଗୁପ୍ତଚର ସଂଗ୍ରହ ପରେ ଏନଆଇଏ ଟିମ୍ ମିଳିତ ଅପରେସନରେ ଆକ୍ରମଣକାରୀକୁ ଧରିଛି ।ମାର୍ଚ୍ଚ ୨ ତାରିଖ ଦିନ ବେଙ୍ଗାଲୁରୁର ରମେଶ୍ୱରମ୍ କାଫେରେ ହୋଇଥିବା ବୋମା ବିସ୍ଫୋରଣରେ ସମଗ୍ର ଅଞ୍ଚଳ କମ୍ପିତ ହୋଇଥିଲା । ଏହି ବିସ୍ଫୋରଣରେ ମୋଟ ୯ ଜଣ ଆହତ ହୋଇଛନ୍ତି । ଅନୁସନ୍ଧାନରୁ ଜଣାପଡିଛି ଯେ ରମେଶ୍ୱରମ୍ କାଫେ ବିସ୍ଫୋରଣ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ସହିତ ଜଡିତ । ଏନଆଇଏ ଟିମ୍ ଏହି ଘଟଣାର ତଦନ୍ତ କରୁଛି ।