ଅଯୋଧ୍ୟାରେ ରାମଜନ୍ମଭୂମିରେ ନିର୍ମାଣ ହେଉଥିବା ଭବ୍ୟ ରାମ ମନ୍ଦିରର କାର୍ଯ୍ୟ ଯୁଦ୍ଧସ୍ତରରେ ଚାଲିଛି। ମନ୍ଦିରକୁ ନେଇ ରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ପକ୍ଷରୁ ଲଗାତାର ଅପ୍ଡେଟ ଜାରି କରାଯାଉଛି। ଏହି ପ୍ରକ୍ରିୟାରେ ଆଜି ଗର୍ଭଗୃହ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ସୂଚନା ଦିଆଯିବା ସହ ଏ ସଂକ୍ରାନ୍ତ ଫଟୋ ଜାରି କରାଯାଇଛି। ଗଭୃଗୃହରେ ଲାଇଟ୍ ସଂଯୋଗ କାର୍ଯ୍ୟ ମଧ୍ୟ ପୂରା ହୋଇଛି। ଜାନୁଆରିରେ ହେବାକୁ ଥିବା ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ଦେଶବ୍ୟାପୀ ଉତ୍ସାହ ଦେଖିବାକୁ ମିଳିଛି।