ପବିତ୍ର ଘୋଷଯାତ୍ରା ପାଇଁ ଆରମ୍ଭ ହେଲା ରଥ କାଠ ଚିରଟ । ରାମ ନବମୀରେ ପରମ୍ପରା ଅନୁଯାୟୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଚିରଟ ଅନୁକୂଳ ହୋଇଛି । କଟକ ଖପୁରିଆରେ ଥିବା ବନ ବିଭାଗର ସରକାରୀ କରତ କଳରେ ଆରମ୍ଭ ହୋଇଛି ଚିରଟ କାମ । ଶ୍ରୀମନ୍ଦିର ପରିଚାଳନା କମିିଟିର ସଦସ୍ୟ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ପହଞ୍ଚିବା ପରେ ଯଥା ରୀତି ଅନୁସାରେ ପୂଜାଚ୍ଚନା ପୂର୍ବକ ଚିରଟ କାମ ଆରମ୍ଭ ହୋଇଛି । ଚତୁର୍ଦ୍ଧା ମୁରତିଙ୍କ ରଥ ନିର୍ମାଣ ପାଇଁ ପ୍ରାୟ ୮୧୨ ଖଣ୍ଡ କାଠର ଆବଶ୍ୟକତା ଅଛି । ପ୍ରଥମ ପର୍ଯ୍ୟାୟରେ ୪୫୦ ଖଣ୍ଡ ପହଞ୍ଚିଛି । ଏହି କାଠ ଚିରା କାମରେ ପ୍ରାୟ ୩୦ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି ।