ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା । ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ର ସହ ଶେଷ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଦର୍ଶ, ଆଚରଣ ବିଦ୍ଧି କୁ ଗୁରୁତ୍ୱର ସହ ନିଆଯାଇ କାର୍ଯ୍ୟ କରିବା ନିମନ୍ତେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏକାଧିକ କମିଟି ଗଠନ କରାଯାଇଛି । ଆଇନ ଶୃଙ୍ଖଳା ପାର୍କିଙ୍ଗ, ଯାତ୍ରୀ ବାହିବସ, ଟ୍ରାଫିକ ନିୟନ୍ତ୍ରଣ ସହ ନିତିକାନ୍ତି ଯେପରି ଭାବେ ଶୃଙ୍ଖଳିତ ଭାବେ ହେବ ସେ ନେଇ ଆଲୋଚନା ହୋଇଛି ।