ବେଙ୍ଗାଲୁରୁ : ବୁଧବାରର ଆଇପିଏଲ୍ ମୁକାବିଲାରେ ବିଜୟୀ ହୋଇଛି କଲକାତା ନାଇଟ୍ ରାଇଡର୍ସ (କେକେଆର୍)। ବ୍ୟାଟ୍ସମ୍ୟାନଙ୍କ ପରେ ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଘରୋଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)କୁ ୨୧ ରନ୍ରେ କେକେଆର୍ ପରାସ୍ତ କରିଛି। ଜେସନ୍ ରୟ ଓ ନୀତୀଶ ରାଣାଙ୍କ ବିସ୍ଫୋରକ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ୨ ଥର ଚମ୍ପିଆନ୍ ଦଳ କେକେଆର୍ ୫ ୱିକେଟରେ ୨୦୦ ରନ୍ କରିଥିଲା। ବିରାଟ କୋହଲିଙ୍କ ଅର୍ଦ୍ଧଶତକ ସେତ୍ତ୍ବ ଆର୍ସିବି ୮ ୱିକେଟ ହରାଇ ୧୭୯ ରନ୍ କରି ପାରିଥିଲା। ସୂଚନାଯୋଗ୍ୟ; ଚଳିତ ସଂସ୍କରଣରେ ପ୍ରଥମ ଚରଣ ମ୍ୟାଚ୍ରେ ମଧ୍ୟ ଆର୍ସିବିକୁ ୮୧ ରନ୍ରେ କେକେଆର୍ ପରାସ୍ତ କରିଥିଲା। କ୍ରମାଗତ ୪ଟି ମ୍ୟାଚ୍ରେ ପରାଜୟ ପରେ କେକେଆର୍ ବିଜୟଧାରାକୁ ଫେରିଛି। ଏହାସହ ୮ମ ମ୍ୟାଚ୍ରେ ୩ୟ ବିଜୟ ପରେ କେକେଆର୍ ୭ମ ସ୍ଥାନରେ ରହିଛି। ଆର୍ସିବି ୮ମ ମ୍ୟାଚ୍ରେ ୪ର୍ଥ ପରାଜୟ ଭୋଗି ୫ମ ସ୍ଥାନରେ ରହିଛି।