ମନୋରଂଜନ ଦୁନିଆରେ ଜାନୁଆରୀ ୨୦୨୪ ବିସ୍ଫୋରକ ହେବାକୁ ଯାଉଛି କାରଣ ବଲିଉଡ୍ ତାରକା ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ‘ଫାଇଟର’ ପୂର୍ବରୁ ଅନେକ ସାଉଟ୍ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ଏସବୁର ଟ୍ରେଲରଗୁଡ଼ିକ କ୍ରମାଗତ ଭାବରେ ଏବେ ସାମ୍ନାକୁ ଆସୁଛି।ବର୍ତ୍ତମାନ ଅଭିନେତା ଧନୁଷଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କ୍ୟାପଟେନ୍ ମିଲର୍’ର ଟ୍ରେଲର ରିଲିଜ ହୋଇଛି, ଯାହା ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ଟ୍ରେଲର ରିଲିଜ୍ ହେବାର ମାତ୍ର ୧୩ ଘଣ୍ଟା ମଧ୍ୟରେ ୧୧ ଲକ୍ଷରୁ ଅଧିକ ଲୋକ୍ ଏହାକୁ ଦେଖିସାରିଛନ୍ତି। ଏଥି ସହିତ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରକୁ ବ୍ଲକ୍ବଷ୍ଟର୍ ବୋଲି ମଧ୍ୟ କହୁଛନ୍ତି।ଜାନୁଆରୀ ୧୨ ରେ ସାରା ବିଶ୍ୱରେ ମୁକ୍ତିଲାଭ କରିବାକୁ ଯାଉଥିବା ‘କ୍ୟାପ୍ଟେନ୍ ମିଲର୍’ର ଟ୍ରେଲର୍ ଦୁଇ ମିନିଟ୍ରୁ ଅଧିକ ଲମ୍ବା, ଯାହା ସ୍ୱାଧୀନତା ପୂର୍ବ ଭାରତ ଉପରେ ଆଧାରିତ ଏକ ଡ୍ରାମା। ଏହି ଚଳଚ୍ଚିତ୍ରରେ ଧନୁଷ ଭିନ୍ନ ଭିନ୍ନ ଅବତାରରେ ନଜର ଆସନ୍ତି। ତାଙ୍କୁ ଜଣେ ଡକାୟତ, ସୈନିକ ଏବଂ ଜଣେ ଉଦ୍ଧାରକାରୀ ଭାବେ ଦେଖିବାକୁ ମିଳେ।