ଭୁବନେଶ୍ୱର: ଆଇଏଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ପ୍ରାୟ ୫ ମାସ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିବା ଅରିନ୍ଦମ ଡାକୁଆଙ୍କ ବଦଳି ହୋଇଛି। ତେବେ ତାଙ୍କ ସ୍ଥାନରେ କିଏ ଏହି ପଦ ସମ୍ଭାଳିବେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନି।ଅରିନ୍ଦମ ଡାକୁଆଙ୍କୁ ପୌର ପ୍ରଶାସନର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ସେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ବ ମଧ୍ୟ ତୁଲାଇବେ ।
ସେହିପରି ପ୍ରେମ ଚନ୍ଦ୍ର ଚୌଧୁରୀ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଟି ଆପାଙ୍ଗ ଆଓ ହେଲେ ଯୋଜନା ଓ ସମନ୍ବୟ ବିଭାଗର ସ୍ବତନ୍ତ୍ର ସଚିବ । ଇପିକଲର ଏମଡି ଭୁପେନ୍ଦ୍ର ସିଂ ପୁନିଆ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଅତିରିକ୍ତ ସଚିବ ଭାବେ ଦାୟିତ୍ବ ତୁଲାଇବେ । ପ୍ରିନ୍ସିପାଲ ସେକ୍ରେଟାରୀ ଏନବିଏସ ରାଜପୁତ ପବ୍ଲିକ ଏଣ୍ଟରପ୍ରାଇଜର୍ସ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ ।