ଭାରତର ୧୫୦ ପ୍ରମୁଖ ଜଳାଶୟରେ ଜଳ ଭଣ୍ଡାରଣ କ୍ଷମତା ତାହାର ମୋଟ କ୍ଷମତାର ୩୬ ପ୍ରତିଶତ ଯାଏଁ ହ୍ରାସ ପାଇଛି । ମହାନଦୀ ଏବଂ ପିନ୍ନାର ମଧ୍ୟରେ ପୂର୍ବ ରେ ପ୍ରବାହିତ ୧୩ ନଦୀରେ ଏହି ସମୟରେ ଜଳ ନାହିଁ । ଏହି ନଦୀ ମଧ୍ୟରେ ଋୁଷିକୁଲ୍ୟା,, ବାହୁଦା, ବଂଶଧରା, ନାଗାବଳି, ସାରଦା, ବରାହ, ତାଣ୍ଡବ, ଏଲୁନ, ଗୁଣ୍ଡଲକ୍କମା, ତାମିନେରୁ, ମୁଷି, ଅଲେରୁ ଏବଂ ମୁଲେରୁ ଭଳି ନଦୀ । କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ଏହି ସମ୍ପର୍କିତ ପରିସଂଖ୍ୟା ବିଶ୍ଳେଷଣ ପରେ ସାମ୍ମାକୁ ଆସିଛି । ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା ରାଜ୍ୟରେ ୮୬ ହଜାର ୬୪୩ ବର୍ଗ କିଲୋମିଟର କ୍ଷେତ୍ରରେ ପ୍ରବାହିତ ନଦୀ ସିଧା ବଙ୍ଗୋପସାଗରରେ ପଡ଼ିଛି । ଏବେ ଜଣା ଯାଇଛି ନଦୀର ଜଳସ୍ତର ପୂର୍ବ ବର୍ଷଠାରୁ ୩୬ ପ୍ରତିଶତ ପାଖାପାଖି ହ୍ରାସ ପାଇଛି । ନଦରୀ ଏହି ଜଳସ୍ତର ହ୍ରାସ ୩ ରାଜ୍ୟ ପାଇଁ ବିଶେଷ ଚିନ୍ତାର କାରଣ ହୋଇଛି ।